Latest Odisha News

BREAKING NEWS

ବିବାହ ବେଳେ କନ୍ୟାଙ୍କୁ ତିନି ମାମୁଁଙ୍କ ୩ କୋଟି ଉପହାର, ଦେଖିଲେ ହୋଇଯିବେ ତାଜୁବ….

ନାଗପୁର : ବିବାହ ଏକ ପବିତ୍ର ବନ୍ଧନ । ବିବାହରେ ଉପହାର ଦେବା ସାଧାରଣ କଥା । ବାପଘରୁ କନ୍ୟା ବିଦା ସମୟରେ କନ୍ୟାର ପିତା ନିଜ ଝିଅକୁ ଉପହାର ସୂରପ ଅନେକ  ଜିନିଷ  ଦେଇଥାଆନ୍ତି । ନିକଟରେ ଏକ ବିବାହ ଉତ୍ସବର ଉପହାର ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି । କନ୍ୟାକୁ ତିନି ଜଣ ମାମୁଁ ୩ କୋଟି ଟଙ୍କା ଉପହାର ଦେଇ ଚର୍ଚ୍ଚାରେ ରହିଛନ୍ତି । ଏଭଳି ଘଟଣାଟି ରାଜସ୍ଥାନର ନାଗପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ,  ଗତ ୧୫ ତାରିଖରେ ରାଜସ୍ଥାନର ନାଗପୁରରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ନାଗପୁର ଅଞ୍ଚଳର ଗେଭାରୀ ଦେବୀ ଏବଂ ଭାନୱାର୍ଲାଲ ପୋଟଲିଆଙ୍କ ଝିଅ ଅନୁଷ୍କାଙ୍କର ବିବାହ ହୋଇଥିଲା । ରାଜସ୍ଥାନ ସଂସ୍କୃତି ଅନୁଯାୟୀ, ‘ମାୟରା’ ନାମକ ଏକ ରୀତିନୀତି ରହିଛି ଏବଂ ପରମ୍ପରାର ଏକ ଅଂଶ ଭାବରେ ଉପହାର ଦିଆଯାଏ । ଏହି ରୀତିନୀତିରେ, କନ୍ୟାର ମାମୁଁ ଏବଂ ଭାଇ ତାଙ୍କୁ ଉପହାର ଦେଇଥାନ୍ତି । ତେବେ ସେଠାରେ ଉପସ୍ଥିତ ଥିବା କନ୍ୟାର ତିନି ମାମୁଁ ଯାହା ସବୁ ଉପହାର ଦେଇଥିଲେ, ତାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ରହିଯିବ । ଉପହାର ଗୁଡ଼ିକ ମଧ୍ୟରେ ୮୧ ଲକ୍ଷ ନଗଦ ଟଙ୍କା, ଏକ ବଡ଼ ଜାଗାର କାଗଜପତ୍ର, ଗୋଟିଏ ଟ୍ରାକ୍ଟର ଓ ବର ପାଇଁ ବହୁ ଦାମୀ ଅଳଙ୍କାର ରହିଥିଲା ଯାହାର ମୂଲ୍ୟ ତିନି କୋଟିରୁ ଅଧିକ ହେବ ବୋଲି କୁହାଯାଉଛି।

ଯଦିଓ ଯୌତୁକ ଦେବା ବା ନେବା ଏକ ଅପରାଧ ଭାବେ ପରିଗଣିତ । ମାତ୍ର ଗ୍ରାମାଞ୍ଚଳରେ ବସବାସ କରୁଥିବା ବ୍ୟକ୍ତି ଏହାକୁ ଏକ ପରମ୍ପରା ଭାବେ ମାନି ଆସୁଛନ୍ତି । ବର୍ତ୍ତମାନ ରାଜସ୍ଥାନର ‘ମାୟରା’ ନାମକ ପରମ୍ପରା ଅନୁଯାୟୀ ଉପହାର ଆଳରେ ତିନି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପ୍ରଦାନ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବେଦି ନିକଟରେ ଏହି ସବୁ ଉପହାରର  ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ବେଳେ ତାହା କିପରି ଯୌତୁକ ଠାରୁ ଭିନ୍ନ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.