Latest Odisha News

BREAKING NEWS

ପ୍ୟାରିସ ଅଲିମ୍ପିକ୍ସ: ଟ୍ରାକ ଆଣ୍ଡ ଫିଲ୍ଡରେ ସ୍ୱର୍ଣ୍ଣ ବିଜେତାଙ୍କୁ ବିଶ୍ୱ ଆଥଲେଟିକ୍ସ ଦେବ ୪୨ ଲକ୍ଷ

ମୋନାକୋ: ପ୍ୟାରିସ ଅଲିମ୍ପିକ୍ସରେ ଟ୍ରାକ ଏବଂ ଫିଲ୍ମଡର ୪୮ ଇଭେଂଟରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ବିଶ୍ୱ ଆଥଲେଟିକ୍ସ ପାଖାପାଖି ୪୨ ଲକ୍ଷ ଟଙ୍କା ପୁରସ୍କାର ରାଶି ବାବଦକୁ ଦେବ । ଭାରତର ନୀରଜ ଚୋପ୍ରା ଭଲ ପ୍ରଦର୍ଶନ କରି ଏହି ପୁରସ୍କାର ହାତେଇ ପାରନ୍ତି । ଗତ ଅଲିମ୍ପିକ୍ସରେ ସେ ଜ୍ୟାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିଲେ । ଶୁଟିଂରେ ଅଭିନବ ବିନ୍ଦ୍ରାଙ୍କ ପରେ ସେ ଭାରତର ଦ୍ୱିତୀୟ ଆଥଲେଟ ଭାବେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ବିଶ୍ୱ ଆଥଲେଟିକ୍ସ ଉପରୋକ୍ତ ପୁରସ୍କାର ରାଶି ଘୋଷଣା କରି ଅନ୍ୟ ଆନ୍ତର୍ଜାତୀୟ ମହାସଂଘକୁ ପଛରେ ପକାଇ ଦେଇଛି । ଏହା ଦ୍ୱାରା ଆଥଲେଟିକ୍ସଙ୍କୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି ।

ଅପରପକ୍ଷରେ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଓ ୱାଲ୍ଡ ଆଥଲେଟିକ୍ସ ମଧ୍ୟରେ ମତଭେଦ ସୃଷ୍ଟି ହେବା ଆଶଙ୍କା ମଧ୍ୟ ବ୍ୟକ୍ତ କରାଯାଉଛି । ଖୁବ ଶୀଘ୍ର ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତାଙ୍କ ପାଇଁ ମଧ୍ୟ ପୁରସ୍କାର ରାଶିର ବ୍ୟବସ୍ଥା କରାଯିବ ବୋଲି ୱାର୍ଲ୍ଡ ଆଥଲେଟିକ୍ସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.