Latest Odisha News

BREAKING NEWS

ଏହି ତିନୋଟି ରୋଗ ପାଇଁ ରାମ ବାଣ ଅଟେ ପୋଟଳ, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ନୂଆଦିଲ୍ଲୀ: ଏବେ ଆରମ୍ଭ ହୋଇଯାଇଛି ପୋଟଳ ର ଋତୁ । ଆପଣ ବଜାରରେ ସହଜରେ ଏହି ପରିବା ପାଇପାରିବେ । ଅଧିକାଂଶ ଲୋକ ପୋଟଳ ଖାଇବାକୁ ପସନ୍ଦ କରିଥାନ୍ତି । କେତେକ ସ୍ଥାନରେ ପୋଟଳରେ ଭଜା, ତରକାରି, ପୋଟଳ ରସା, ଡାଲମା ଆଦି ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ ।

ଏହା ଯେପରି ପାଟିକୁ ସ୍ବାଦିଷ୍ଟ ଲାଗେ ସେହିପରି ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଏ, ଭିଟାମିନ୍ ବି 1, ଭିଟାମିନ୍ ବି 2 ଏବଂ ଭିଟାମିନ୍ ସି ଥାଏ । ଡାଇବେଟିସ ତଥା ମଧୁମେହ ରୋଗୀଙ୍କ ପାଇଁ ପୋଟଳ ଅତ୍ୟନ୍ତ ଉପକାରୀ ବୋଲି ବିବେଚନା କରାଯାଏ । ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା କମିଯାଏ । ତେବେ ଆସନ୍ତୁ ଜାଣିବା ଏହି ପୋଟଳରେ କେଉଁ ଗୁଣଗୁଡିକ ମିଳିଥାଏ ଏବଂ ଏହାର ଲାଭ କ’ଣ?

ପୋଟଳ ଖାଇବାର ଲାଭ-
ମଧୁମେହ ପାଇଁ ଲାଭଦାୟକ- ପୋଟଳ ମଧୁମେହ ରୋଗ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ । ପାଟୋଳରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର କମିବା ଆରମ୍ଭ ହୁଏ ଏବଂ ଶରୀରରେ ଫୁଲା ମଧ୍ୟ କମିଯାଏ ।

ପେଟ ପାଇଁ ଲାଭଦାୟକ- ପୋଟଳ ଖାଦ୍ୟ ହଜମ କରେ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ଏହା ପ୍ରଚୁର ପରିମାଣର ସୁସ୍ଥ ଫାଇବରରେ ଭରପୂର ଅଟେ । ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଭଲ ପରିମାଣର ଫାଇବର ରହିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ପୋଟଳ ଖାଇବା ଦ୍ବାରା ପାକସ୍ଥଳୀରେ ସମସ୍ୟାରେ ମଧ୍ୟ ଲାଭ ମିଳିଥାଏ ।

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ- ପୋଟଳ ହେଉଛି ଏପରି ଏକ ପରିବା ଯେଉଁଥିରେ କ୍ୟାଲୋରୀ ଏବଂ ଫ୍ୟାଟ୍ କମ୍ ରହିଥାଏ । ସେଥିପାଇଁ ଓଜନ ହ୍ରାସ ପାଇଁ ପୋଟଳ ବ୍ୟବହାର କରାଯାଇପାରିବ । ଏଥିରେ ମିଳୁଥିବା ଫାଇବର ଉପାଦାନ ଓଜନ ହ୍ରାସକୁ ସହଜ କରିଥାଏ ଏବଂ ଏହାକୁ ଖାଇବା ଦ୍ବାରା ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ ।

ହାର୍ଟ ପାଇଁ ଲାଭଦାୟକ- ପୋଟଳ ମଧ୍ୟ ହାର୍ଟ ପାଇଁ ଏକ ଉପକାରୀ ପରିବା ଅଟେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ପଲିଫେନୋଲ୍ ଅକ୍ସିଡେଟିଭ୍ ଚାପକୁ ହ୍ରାସ କରିଥାଏ । ଏହା ଫୁଲା କମାଇପାରେ । ପୋଟଳ ପୋଟାସିୟମ ଏବଂ ମ୍ୟାଗ୍ନେସିୟମର ଏକ ଉତ୍ତମ ଉତ୍ସ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

 

Leave A Reply

Your email address will not be published.