Latest Odisha News

BREAKING NEWS

ଲ୍ୟାଣ୍ଡିଂ ବେଳେ ରନ୍‌ୱେରେ ଓଲଟିଲା ଏୟାରଲାଇନ୍ସ ବିମାନ, ଦୁର୍ଘଟଣାରେ ୧୮ ଆହତ

ଟରୋଣ୍ଟୋ: କାନାଡ଼ା ଟରୋଣ୍ଟୋ ବିମାନ ବନ୍ଦରରେ ବଡ଼ଧରଣର ଦୁର୍ଘଟଣା। ରନ୍‌ୱେରେ ଓଲଟିଲା ଡେଲ୍ଟା ଏୟାରଲାଇନ୍ସ ବିମାନ। ବିମାନରେ ୭୬ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଟରୋଣ୍ଟୋ ଏୟାରପୋର୍ଟରେ ଡେଲଟା ଏୟାରଲାଇନସର CRJ-900 ପ୍ଲେନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିନେପଲିସରୁ ବିମାନଟି ଆସୁଥିଲା। ଦୁର୍ଘଟଣାଗ୍ରସ୍ତ ବିମାନରେ ୭୬ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ଯାଇଥିଲା ।

ତୁରନ୍ତ ଯାତ୍ରୀମାନଙ୍କୁ ବାହାର କରାଯିବା ସହ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଡ୍ରାଏ ରନୱେ ଥିଲା। କ୍ରସ ୱିଣ୍ଡ ନଥିଲା ବୋଲି ଟରୋଣ୍ଟୋ ପିଏରସନ ଫାୟାର ଚିଫ୍ କହିଛନ୍ତି। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ଟରୋଣ୍ଟୋ ପିଏରସନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଟର୍ମିନାଲ-୩ରୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ହେଲେ ଡେଲଟା ଏୟାରଲାଇନସ ଫ୍ଲାଇଟ ସମେତ ବିଭିନ୍ନ ବିମାନର ଉଡ଼ାଣ ବାତିଲ କିମ୍ବା ବିଳମ୍ବିତ ହୋଇଛି ।

 

Comments are closed.