Latest Odisha News

BREAKING NEWS

ଚିଲିକା ମଝିରେ ଫସି ରହିଥିବା ଭସାପୋଲ ଉଦ୍ଧାର

ଚିଲିକା: ଉଦ୍ଧାର ହେଲେ ଚିଲିକା ମଝି ଭସାପୋଲରେ ଫସିଥିବା ଯାତ୍ରୀ । ବସ୍ ଓ କାର୍ ସମେତ ପ୍ରାୟ ୭୦ରୁ ୮୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଚିଲିକା ଡେଭଲପମେଂଟ ଅଥରିଟି ସିଇଓ ସୁନିତା ନନ୍ଦ ।
ସୂଚନା ଯୋଗ୍ୟ ଯେ, ଚିଲିକାରେ ପ୍ରବଳ ବର୍ଷା ଯୋଗୁଁ ଜହ୍ନିକୁଦାରୁ ସାତପଡା ଆସିବା ବେଳେ ଭସାପୋଳରେ ଚିଲିକା ମଝିରେ ପ୍ରାୟ ୭୦ ରୁ ୮୦ ଯାତ୍ରୀ ଫସି ରହିଥିଲେ । ଏଥିସହ ଗୋଟିଏ ବସ୍ ସହ କାର୍ ଓ ବାଇକ ମଧ୍ୟ ଫସିଥିଲା । ପ୍ରବଳ ବର୍ଷା ଓ ପବନ୍ ଯୋଗୁଁ ସେମାନଙ୍କୁ ଉଦ୍ଧାର କରିବା ମୁସକିଲ ହୋଇପଡିଥିଲା । ହେଲେ ଶେଷରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.