Latest Odisha News

BREAKING NEWS

ପୁରୀରେ ଆରମ୍ଭ ହେଲା ଜାପାନୀ ମହୋତ୍ସବ

ପୁରୀ: ପୁରୀ ବେଳାଭୁମୀ ସଂଲଗ୍ନ ସିଟି ରୋଡ଼ସ୍ଥିତ ଜଗନ୍ନାଥ ଷ୍ଟାଡ଼ିୟମ ନିକଟସ୍ଥ ସାନ୍ତନା ହୋଟେଲରେ ଏକ ଦୁଇ ଦିନିଆ ଓଡ଼ିଶା-ଜାପାନ ମହୋତ୍ସବ ଉଦଘାଟିତ ହୋଇଛି । ଏହି ମହୋତ୍ସବକୁ ଜାପାନ କନସୁଲେଟ୍ ଜେନେରାଲ୍ ମାସାୟୁକି ତାଗା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟିତ କରିଛନ୍ତି ।

ପ୍ରାୟ ୧୦୦ରୁ ଅଧିକ ଜାପାନୀ କଳାକାର ତଥା ଅତିଥିଗଣ ଡ୍ରମ, ସୀତାର ତଥା ବଂଶୀର ମୂର୍ଚ୍ଛନାରେ ନୃତ୍ୟର ତାଳେ ତାଳେ ଦର୍ଶକଙ୍କୁ ମୁଗ୍ଧ କରିଥିଲେ । ଏହି ଉତ୍ସବରେ ୧୦୦୦ରୁ ଅଧିକ ଜାପାନ ପାରମ୍ପରିକ ଲାଇଟ, ରଙ୍ଗବେରଙ୍ଗର କାଗଜ ତୋରଣ ଉଦଭାସିତ ହୋଇଥିଲା । ବାଉଁଶ କାଠି ଦ୍ୱାରା କଳାକୃତି ଦର୍ଶକଙ୍କୁ ସବୁଠୁ ଅଧିକ ଆକର୍ଷଣ କରିପାରିଥିଲା ।

ଏହି ଅବସରରେ ଜାପାନ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇ ଭାରତୀୟ ପର୍ଯ୍ୟଟକ ମାନଙ୍କୁ ଲିଫଲେଟ ଓ କାର୍ଡ଼ ଆଦି ବଣ୍ଟନ କରାଯାଇଥିଲା । ସେହିପରି ଭାବେ ଭାରତ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇ ଜାପାନର ପର୍ଯ୍ୟଟକମାନଙ୍କୁ ମାଗଣାରେ ଓଡ଼ିଶାର ପ୍ରଚାର ପତ୍ର ଦିଆଯାଇଥିଲା ।

ଜାପାନ-ଇଣ୍ଡିଆ କ୍ଲବ, ଚନ୍ଦ୍ରଶେଖର ଏକାଡ଼େମୀ ଓ ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ ସେଣ୍ଟରର ମିଳିତ ଆନୁକୂଲ୍ୟରେ ଏହି ମହୋତ୍ସବ ଆୟୋଜନ କରାଯାଇଛି ।

Leave A Reply

Your email address will not be published.