Latest Odisha News

BREAKING NEWS

ପରାଜୟର ଦ୍ୱାରରେ ବିଜୟ, ୧୧ ରାଉଣ୍ଡ ସୁଦ୍ଧା ୧୪,୭୨୭ ଖଣ୍ଡ ଭୋଟରେ ବିଜେଡ଼ି ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନର ଭୋଟଗଣତି ବୁଧବାର ଦିନ ସକାଳ ୮ଟା ବେଳେ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୧ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି ।

୧୧ ରାଉଣ୍ଡ ଶେଷ ସୁଦ୍ଧା ଭୋଟ୍ ଗଣତି:

ସାବିତ୍ରୀ ଅଗ୍ରୱାଲ – ବିଜେଡ଼ି – ୬୩,୭୮୭ ଖଣ୍ଡ ଭୋଟ୍
ବିଜୟ ମହାପାତ୍ର – ବିଜେପି – ୪୯,୦୬୦ ଖଣ୍ଡ ଭୋଟ୍
ଜୟନ୍ତ ମହାନ୍ତି – ୧୬୯୩ ଖଣ୍ଡ ଭୋଟ୍

ଏକାଦଶ ରାଉଣ୍ଡ ଭୋଟ୍ ଗଣତି ଶେଷ ସୁଦ୍ଧା ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ମିଳିଛି ୬୩,୭୮୭ ଖଣ୍ଡ ଭୋଟ୍ ଏବଂ ବିଜେପିର ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୪୯,୦୬୦ ଖଣ୍ଡ ଭୋଟ୍ ମିଳିଛି । ତେବେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୧୧ ରାଉଣ୍ଡ ସୁଦ୍ଧା ମାତ୍ର ୧୬୯୩ଟି ଭୋଟ ପାଇଛନ୍ତି ।

ସମୁଦାୟ ୧୭ ରାଉଣ୍ଡ ଭୋଟ୍ ଗଣତି ହେବାକୁ ଥିବାବେଳେ ଆଉ ୬ଟି ରାଉଣ୍ଡ ଗଣତି ବାକି ରହିଛି ।

Leave A Reply

Your email address will not be published.