Latest Odisha News

କୋଭିଡ ହସ୍ପିଟାଲରେ ରଜ ପାଳିଲେ କରୋନା ରୋଗୀ

ବାରିପଦା: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଜ ପର୍ବ ନିରାଡମ୍ବର ଭାବେ ପାଳନ କରାଯାଉଛି। ଏଭଳି ସମୟରେ ମୟୂରଭଞ୍ଜ ଜିଲ୍ଲାର ଏକ କୋଭିଡ ଡାକ୍ତରଖାନାର କର୍ମୀ ଓ ରୋଗୀମାନେ ରଜ ପାଳନ କରୁଥିବା ନଜର ଆସିଛି।

ପିପିଇ କିଟ୍ ଏବଂ ମାସ୍କ ପିନ୍ଧି ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ସୋମବାର ଦିନ ଉତ୍ସବ ପାଳନ ସହ ରୋଗୀଙ୍କୁ ପୋଡା ପିଠା ବଣ୍ଟନ କରୁଥିଲେ। ଏଥିସହିତ ଡାକ୍ତରଖାନାର କର୍ମଚାରୀମାନେ ମହିଳା ରୋଗୀଙ୍କ ପାଦରେ ଅଳତା ପିନ୍ଧାଇବାରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ରଜ ଗୀତରେ ସେମାନେ ନାଚୁଥିବା ମଧ୍ୟ ନଜର ଆସିଛି।

ସେହିପରି ଜିଲ୍ଲାର ଜୁଆଲିଆର ଏକ କୋଭିଡ କେୟାର ସେଣ୍ଟରରେ କର୍ମଚାରୀମାନେ ସାମାନ୍ୟ ସଂକ୍ରମିତ ରୋଗୀଙ୍କୁ ଅଳତା ଲଗାଇବାରେ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.