Latest Odisha News

BREAKING NEWS

କରୋନା କାଳରେ ମହଙ୍ଗା ମାଡ଼: ୨୫ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମରେ ୬ ଟଙ୍କା ଲେଖାଏ ବୃଦ୍ଧି

ନୂଆଦିଲ୍ଲୀ: କରୋନା କାଳରେ ଦେଶରେ ମହଙ୍ଗା ମାଡ଼ ଲୋକଙ୍କୁ କଲବଲ କଲାଣି । ତୈଳ ବଜାରରେ ନିଆଁ । ଖାଉଟି ସାମଗ୍ରୀ ଦର ବି ବଢୁଛି । କ୍ରମାଗତ ଭାବରେ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ବିଭିନ୍ନ ରାଜ୍ୟରେ ତୈଳ ଦର ଶହେ ଟଙ୍କା ପାର କଲାଣି । ଗତ ୨୫ ଦିନରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପ୍ରତି ଦାମ୍ ୬ ଟଙ୍କାରୁ ଅଧିକ ବଢ଼ିଛି । ଗତ ୪୨ ଦିନରେ ୨୪ତ ବଢ଼ିଛି ତୈଳ ଦର ।

ଦେଶର ୯ଟି ରାଜ୍ୟରେ ଲୋକ ପେଟ୍ରୋଲ ଲିଟର ପ୍ରତି ଶହେରୁ ଅଧିକ ଟଙ୍କା ଗଣୁଛନ୍ତି । ମିଳିଥିବା ସୂଚନା ଅନୁସାରେ ୧୪୮ ଜିଲ୍ଲାରେ ପେଟ୍ରୋଲ ଦାମ୍ ଶହେ ଟଙ୍କା ଉପରେ ରହିଛି । ଏସବୁ ରାଜ୍ୟ ତାଲିକାରେ ରହିଛି ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଲଦାଖ ପ୍ରମୁଖ । ରାଜସ୍ଥାନ ଗାନ୍ଧିନଗରରେ ଡିଜେଲ୍ ଦାମ୍ ଶହେ ଟଙ୍କା ଲିଟର ପ୍ରତି ବିକ୍ରି ହେଉଛି । ପେଟ୍ରୋଲ ଦର ରହିଛି ୧୦୭ ଟଙ୍କା ।

ରିପୋର୍ଟ କହୁଛି ମେ ୧୬ ତାରିଖରୁ ଜୁନ୍ ମାସର ୧୪ ଦିନ ଭିତରେ ୮ ଥର ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଏହି ସମୟରେ ପେଟ୍ରୋଲ ଦାମ୍ ୬ ଟଙ୍କା ୧ ପଇସା ଓ ଡିଜେଲ୍ ଦରରେ ୬ ଟଙ୍କା ୫୫ ପଇସା ବୃଦ୍ଧି ଘଟିଛି । ଗତକାଲି ପେଟ୍ରୋଲ ଲିଟର ପ୍ରତି ୨୯ ପଇସା ଓ ଡିଜେଲ ଦର ୩୦ ପଇସା ମହଙ୍ଗା ହୋଇଥିଲା । ଆଜି ଦର ଅପରିବର୍ତ୍ତିତ ରହିଛି ।

Leave A Reply

Your email address will not be published.