Latest Odisha News

BREAKING NEWS

ଏହି ରୋଗରେ ପୀଡିତ ଥିଲେ ଖାଆନ୍ତୁ ନାହିଁ ଅଣ୍ଡା, ନଷ୍ଟ ହୋଇପାରେ ଶରୀରର ଏହି ଅଙ୍ଗ

ଭୁବନେଶ୍ଵର: ସାଧାରଣତଃ ଅନେକ ଲୋକ ସକାଳ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି । ଅଣ୍ଡାରେ ପ୍ରୋଟିନ୍ ଭରପୁର ପରିମାଣରେ ଥାଏ । ଅଣ୍ଡାକୁ ପ୍ରୋଟିନର ସବୁଠାରୁ ଉତ୍କୃଷ୍ଟ ଉତ୍ସ ବୋଲି କୁହାଯାଏ । ଅଣ୍ଡାକୁ ଯେ କେବଳ ଜଳଖିାଆରେ ଖିଆ ଯାଏ ତାହା ନୁହେଁ, ଅଣ୍ଡାକୁ ଲଞ୍ଚ୍ ଓ ଡିନର୍ ରେ ମଧ୍ୟ ଖିଆଯାଏ । ତେବେ ସବୁଠାରୁ ଭଲ କଥା ଏହା ଯେ ଏହାର ପ୍ରସ୍ତୁତି ପ୍ରଣାଳୀ ଅତ୍ୟନ୍ତ ସହଜ । ଅତି ସହଜରେ ଓ ଖୁବ୍ ଶିଘ୍ର ମଧ୍ୟ ଏହା ପ୍ରସ୍ତୁତ ହୋଇଯାଏ । ତେବେ କିଛି ରିସର୍ଚ୍ଚର ଏହା ଜଣାପଡିଛି ଯେ କିଛି ଏପରି ରୋଗରେ ପୀଡିତ ବ୍ୟକ୍ତି ଅଣ୍ଡା ଖାଇବା ଉଚିତ୍ ନୁହେଁ । କାରଣ ଅଣ୍ଡା ଖାଇବା ଦ୍ଵାରା ସେହି ରୋଗୀଙ୍କର କିଛି ଅଙ୍ଗ ନଷ୍ଟ ହୋଇଯିବାର ଆଶଙ୍କା ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ରୋଗ ବିଷୟରେ…

ହୃଦୟ ଜନିତ ରୋଗ

ହୃଦୟ ସହ ଜଡିତ ରୋଗରେ ପୀଡିତ ଥିବା ବ୍ୟକ୍ତି ଅଣ୍ଡା ଖାଇବା ଉଚିତ୍ ନୁହେଁ । ଅଣ୍ଡା ଖାଇବା ଦ୍ଵାରା ସେମାନଙ୍କର ରୋଗ ବଢିପାରେ । ଏହି କାରଣରୁ ସେମାନଙ୍କ ଶରୀରରେ ରକ୍ତ ସଞ୍ଚାଳନରେ ସମସ୍ୟା ଦେଖାଦେଇପାରେ । ଯାହା ତାଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

ଡାଇରିଆ

ଅଣ୍ଡା ଶରୀରକୁ ଗରମ ପ୍ରଦାନ କରେ । ଏପରି ପରିସ୍ଥିତିରେ ଯଦି କୌଣସି ବ୍ୟକ୍ତି ଡାଇରିଆ ରୋଗରେ ପୀଡିତ ଥାଆନ୍ତି ତେବେ ସେମାନେ ଅଣ୍ଡା ଖାଇବା ଉଚିତ୍ ନୁହେଁ । ଏହା ଦ୍ଵାରା ସେମାନଙ୍କ ପେଟ ଜନିତ ସମସ୍ୟା ଅଧିକ ବଢିପାରେ ।

କୋଷ୍ଠକାଠିନ୍ୟ

କୋଷ୍ଠକାଠିନ୍ୟରେ ପୀଡିତ ବ୍ୟକ୍ତି ଅଣ୍ଡା ଖାଇବା ଉଚିତ୍ ନୁହେଁ । କାରଣ ଏହା ତାଙ୍କ ଶରୀରର ହଜମ ପ୍ରକ୍ରିୟାରେ ଜଡିତ ସମସ୍ୟାକୁ ଆହୁରି ବଢାଇଥାଏ ।

କୋଲେଷ୍ଟ୍ରଲ

କୋଲେଷ୍ଟ୍ରଲରେ ପୀଡିତ ଲୋକମାନେ ଆଦୌ ଅଣ୍ଡା ଖାଇବା ଉଚିତ୍ ନୁହେଁ। କାରଣ ଅଣ୍ଡାର କେଶରରେ ଅଧିକ ଫ୍ୟାଟ୍ ଅଂଶ ରହିଥାଏ । ଫଳରେ ଏହାକୁ ଖାଇବା ଦ୍ଵାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ବଢିଯାଇଥାଏ ।

ମଧୁମେହ

ମଧୁମେହ ରୋଗୀମାନେ ଅଣ୍ଡା ଖାଇବା ଠାରୁ ନିଜକୁ ଦୂରେଇ ରହିବା ଉଚିତ୍। ଅଣ୍ଡାରେ ଥୋବା ଧଳା ଅଂଶ ମଧୁମେହର ମାତ୍ରାକୁ ବଢାଇପାରେ । ଯଦି ଆପଣଙ୍କୁ ଅଣ୍ଡା ଖାଇବା ପସନ୍ଦ ତେବେ ନିଶ୍ଚିତ ଭାବରେ ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରିନେବା ଉଚିତ୍ |

ତେବେ ଯଦି ଆପଣ କର୍କଟ ଭଳି ରୋଗରୁ ନିଜକୁ ଦୂରେଇ ରଖିବାକୁ ଚାହାଁନ୍ତି, ତେବେ ଆପଣ ପ୍ରତିଦିନ ଅଣ୍ଡା ଖାଇବା ଉଚିତ୍ | ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ୨୦୦୩ରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ଅଣ୍ଡା ଖାଇବା ଦ୍ୱାରା ବୟସ୍କ ମହିଳାମାନଙ୍କଠାରେ ସ୍ତନ କର୍କଟ ହେବାର ଆଶଙ୍କା କମିଯାଏ। ସେହିପରି ୨୦୦୫ର ଅନ୍ୟ ଏକ ଅଧ୍ୟୟନ ଅନୁଯାୟୀ, ଯେଉଁ ମହିଳାମାନେ ସପ୍ତାହରେ ୬ ଟି ଅଣ୍ଡା ଖାଉଛନ୍ତି ସେମାନଙ୍କ ଠାରେ ସ୍ତନ କର୍କଟ ହେବାର ଆଶଙ୍କା ୪୪ ପ୍ରତିଶତ କମ୍ । ଅଣ୍ଡାର ସବୁଠାରୁ ପୁଷ୍ଟିକର ପଦାର୍ଥ ହେଉଛି ଅଣ୍ଡାର ହଳଦିଆ ଅଂଶ, ଯେଉଁଥିରେ ୯୦ ପ୍ରତିଶତ କ୍ୟାଲସିୟମ୍ ଏବଂ ଆଇରନ୍ ଥାଏ |

 

Leave A Reply

Your email address will not be published.