Latest Odisha News

ଅନୁରାଗଙ୍କ ବିରୁଦ୍ଧରେ FIR ଦେଇପାରୁନାହାନ୍ତି ପାୟଲ ଘୋଷ, କାହିଁକି ଜାଣନ୍ତୁ

ମୁମ୍ବାଇ: ବଲିଉଡର ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ଏହି ଫିଲ୍ମ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିପାରୁ ନାହାନ୍ତି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନକୁ ବିଏମସି ସିଲ୍ କରିଥିବା ସୂଚନା ମିଳିଛି।

ରିପବ୍ଲିକ୍ ଟିଭିର ରିପୋର୍ଟ ଅନୁଯାୟୀ, କୋଭିଡ କାରଣରୁ ପାୟଲଙ୍କ ବିଲଡିଂକୁ ବିଏମସି ସିଲ୍ କରିଛି।

ସୋମବାର ଦିନ ପାୟଲ ସ୍ଥାନୀୟ ପୋଲିସ ଷ୍ଟେସନରେ ଅନୁରାଗଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ଥାନାରେ କୌଣସି ଜଣେ ମହିଳା କନଷ୍ଟେବଳ ନ ଥିବାରୁ ତାଙ୍କୁ ସେଠାରୁ ନିରାଶ ହୋଇ ଫେରିବାକୁ ପଡିଥିଲା ।

ପାୟଲଙ୍କ ଓକିଲ ଦେଇଥିବା ସୁଚନା ଅନୁଯାୟୀ, ପାୟଲଙ୍କ ସହ ଘଟିଥିବା ଘଟଣା ସେ ଜଣେ ପୁରୁଷ ଅଧିକାରୀଙ୍କ ସହ ଖୋଲାଖୋଲି କହିବାରେ କିଛି ଅସହଜ ଅନୁଭବ କରିଥିଲେ ତେଣୁ ଜଣେ ମହିଳା ଅଧିକାରୀଙ୍କ ଉପସ୍ଥିତିରେ ଅଭିଯୋଗ ଦାଖଲ କରିବାକୁ ସେ ନିଷ୍ପତ୍ତି ନେଇଥିଲେ।

ପାୟଲ ଏହା ମଧ୍ୟ କହିଛନ୍ତି ଯେ, ସେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ତାଙ୍କ ଜୀବନ ପ୍ରତି ଭୟ ଥିବାରୁ ତାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଲେଖିବେ।

Leave A Reply

Your email address will not be published.