Latest Odisha News

ସିଏସ୍‌ଆର୍‌: ରାୟଗଡାରେ ଉତ୍କଳ ଆଲୁମିନା ପକ୍ଷରୁ କରାଗଲା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କିଛି ପଛୁଆ ଅଂଚଳ ଲୋକଙ୍କୁ ସହଜରେ ବିଶୁଦ୍ଧ ପିଇବା ପାଣିର ସୁବିଧା କଲା ଆଦିତ୍ୟ ବିର୍ଲା ଗ୍ରୁପର ଉତ୍କଳ ଆଲୁମିନା କମ୍ପାନୀ । କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ସ୍ୱରୂପ କମ୍ପାନୀ ଏହି ସୁବିଧା ଯୋଗାଇ ଦେଇଛି ।

କମ୍ପାନୀ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ପାଇକକୁପଖାଲ, ମାଲିଗାଁ, ନୂଆପଡ଼ା, କୁଚେଇପଦର, ଲୁନ୍ଦ୍ରୁକଣା, କାଂଚଗୁମା, ଡି କୋରାଲିନ୍ ଭଳି ପ୍ରାୟ ୭ଟି ଗାଁରେ ୧୧୮ ନଳକୂପ ସ୍ଥାପନ କରାଯାଇଛି । ଏହା ଦ୍ୱାରା ପ୍ରାୟ ୧୭,୫୦୦ରୁ ଅଧିକ ପରିବାର ଉପକୃତ ହେଉଛନ୍ତି । ଏହା ବ୍ୟତୀତ ଦ୍ୱିମୁଣ୍ଡି ଓ ଯୋଗୀପରିତୁଣ୍ଡ ଗାଁର ତିନିଟି ସ୍ଥାନରେ ପୁରୁଣା ନଳକୂପ ସହ ତିନିଟି ସୌର ଭିତିକ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି ।

ତେବେ କେବଳ ନୂଆ ନଳକୂପ ସ୍ଥାପନ କରିବା ନୁହେଁ, ବରଂ ଏହି ଅଂଚଳରେ ଅଚଳ ହୋଇପଡ଼ିଥିବା ନଳକୂପଗୁଡ଼ିକର ରକ୍ଷଣାବେକ୍ଷଣ ମଧ୍ୟ କରାଯାଉଛି । ଏ ମଧ୍ୟରେ ପ୍ରାୟ ୧୪ଟି ବିଭିନ୍ନ ଗାଁରେ ୩୪ରୁ ଅଧିକ ନଳକୂପର ମରାମତି କରିଛି ଓ ନିୟମିତ ବ୍ୟବଧାନରେ ତାହାକୁ ଜୀବାଣୁମୁକ୍ତ କରାଯାଉଛି । ଏଥି ସହ କୋଡ଼ିପରି, ମାଇକାଂଚ, ଚନ୍ଦ୍ରଗିରି ଗ୍ରାମ ପଂଚାୟତରେ କଂପାନି ପକ୍ଷରୁ ୧୫୦୦ ଲିଟର କ୍ଷମତା ବିଶିଷ୍ଟ କୂଅ ମଧ୍ୟ ଖୋଳାଯାଉଛି ।

ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍‌ର ସଭାପତି ତଥା ୟୁନିଟ୍ ମୁଖ୍ୟ ଏନ୍‌. ନଗେଶ୍ କହିଛନ୍ତି ଯେ, ‘ଆମର ମୁଖ୍ୟ ଲକ୍ଷ୍ୟ ପ୍ଲାଣ୍ଟର ଆଖପାଖ ଅଂଚଳରେ ରହିୁଥିବା ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା । ତେଣୁ ପ୍ରଥମେ ଆମେ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କଲୁ । ଏହା ଦ୍ୱାରା ଦୂଷିତ ପାନୀୟ ଜଳ ଯୋଗୁଁ ହେଉଥିବା ରୋଗଠାରୁ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇପାରିଛି ।’’

Leave A Reply

Your email address will not be published.