Latest Odisha News

BREAKING NEWS

ଜିଓର ଆଇପିଏଲ୍ ଦେଖିବା ସହ ଆର୍ଷଣୀୟ ପୁରସ୍କାର ଜିତିପାରିବାର ସୁଯୋଗ ଆଣିଛି ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’

ଆଇପିଏଲ୍ ଦେଖିବା ସହ ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’ ସହିତ ଏବେ ଖେଳିବାର ସମୟ ଆସିଛି
ମୁମ୍ବାଇ / ଭୁବନେଶ୍ୱର: ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲ୍ ଆରମ୍ଭ ହୋଇଯାଇଛି । ଏଥି ସହିତ ଜିଓ ପକ୍ଷରୁ ଆରମ୍ଭ ହୋଇଛି ‘ଜିଓ କ୍ରିକେଟ୍ ପ୍ଲେ-ଆଲଙ୍ଗ୍‌’ ଯେଉଁଥିରେ ଖେଳ ଦେଖିବା ସହ କ୍ରିକେଟ ପ୍ରେମୀମାନେ ନିଜେ ଖେଳରେ ସାମିଲ୍ ହୋଇ ଆର୍ଷଣୀୟ ପୁରସ୍କାର ଜିତିପରିବାର ସୁଯୋଗ ରହିଛି । ଚଳିତବର୍ଷ ପାଇଁ ଏହା ହେଉଛି ଏକ ଉପଯୁକ୍ତ ସମୟ ଯେତେବେଳେ ଜିଓ ଉପଭୋକ୍ତାମାନେ ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’ ମାଧ୍ୟମରେ କ୍ରିକେଟ ଖେଳର ସମସ୍ତ ଦକ୍ଷତା ଓ ଶୈଳୀ ଉପଯୋଗ କରି ପ୍ରତ୍ୟେକ ବଲ୍ ସହ ଖେଳିବା ସହିତ ଏସମ୍ପର୍କିତ ପ୍ରତ୍ୟେକ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଆକର୍ଷଣୀୟ ପୁରସ୍କାର ଲାଭ କରିପାରିବେ!

ଏଥିସହିତ ସେମାନେ ମ୍ୟାଚ୍ ପୂର୍ବ (ପ୍ରି-ମ୍ୟାଚ୍‌) ପ୍ରଶ୍ନ କାର୍ଯ୍ୟକ୍ରମ, ପୋଲ୍‌, କ୍ୱିଜ୍ ଇତ୍ୟାଦିରେ ଭାଗ ନେଇପାରିବା ସହିତ ଏହି ଖେଳ କାର୍ଯ୍ୟକ୍ରମରେ ଓ ‘ଷ୍ଟିକର ଚାଟ୍‌’ ମାଧ୍ୟମରେ ସେମାନଙ୍କ ନିଜର ପସନ୍ଦର ଦଳକୁ ଉତ୍ସାହିତ କରିପାରିବା ସହିତ ଖେଳର ସ୍କୋର, ମ୍ୟାଚ୍ ସାରଣୀ, ଫଳାଫଳ ଏବଂ ଅନ୍ୟ ବହୁ କିଛି ଉପଲବ୍ଧ କରିପାରିବେ ।

‘ଡେଲି ରିୱାର୍ଡ’ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ପ୍ରତିଯୋଗୀମାନେ ପ୍ରତିଦିନ ପୁରସ୍କାର ଲାଭ କରିବାର ସୁଯୋଗ ରହିଥିବା ବେଳେ ସେମାନେ ‘ଡେଲି ଚାଲେଞ୍ଜ’କୁ ସମ୍ପୂର୍ଣ୍ଣ କରି ଘରକୁ ବମ୍ପର ପୁରସ୍କାର ନେଇପାରିବେ । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଡେଲି ଚାଲେଞ୍ଜ ସେକ୍ସନ୍‌ରେ ବମ୍ପର ପ୍ରାଇଜ୍ ଟାଇଟଲ୍ ସମ୍ପର୍କରେ ସୂଚନ ଦିଆଯିବ । ତେଣୁ ଚଳିତ କ୍ରିକେଟ ସିଜିନ୍‌ରେ ଉପଭୋକ୍ତାମାନେ ଘରେ ସୁରକ୍ଷିତ ରହି ଜିଓ କ୍ରିକେଟ୍ ପ୍ଲେ-ଏଲଙ୍ଗ୍ ସହାୟତାରେ ବହୁ ପୁରସ୍କାର ଜିତିପାରିବେ ।

ମାଇ ଜିଓ ଆପ୍‌’ର ଜିଓ ଏନ୍‌ଗେଜ୍ ସେକ୍ସନ୍‌ରେ ଜିଓ କ୍ରିକେଟ୍ ପ୍ଲେ-ଏଲଙ୍ଗ୍ ଗେମ୍ ଉପଲବ୍ଧ ହେଉଥିବା ବେଳେ ଏହାକୁ ଗୁଗଲ ପ୍ଲେ-ଷ୍ଟୋର ଏବଂ ଆପଲ ଆପ୍ ଷ୍ଟୋରରୁ ଡାଉନ୍‌ଲୋଡ୍ କରାଯାଇପାରିବ । ଉଭୟ ଜିଓ ଉପଭୋକ୍ତା ଏବଂ ଅଣ ଜିଓ ଉପଭୋକ୍ତାମାନେ ଏହି ଗେମ୍ ଖେଳିବାର ସୁଯୋଗ ପାଇପାରିବେ ଏବଂ ଚଳିତ କ୍ରିକେଟ୍ ସିଜିନ୍‌ରେ ବହୁ ପୁରସ୍କାର ଜିତିବାର ଲାଭ ମଧ୍ୟ ଉଠାଇପାରିବେ ।

Leave A Reply

Your email address will not be published.