Latest Odisha News

BREAKING NEWS

ଗୁଗୁଲ୍ ପ୍ଲେ-ଷ୍ଟୋରକୁ ପୁଣି ଫେରିଲା ପେଟିଏମ୍‌

ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ-ଷ୍ଟୋରରୁ ଶୁକ୍ରବାର ଦିନ ଲୋକପ୍ରିୟ ଡିଜିଟାଲ୍ ପେମେଣ୍ଟ ଆପ୍ଲିକେସନ୍ ପେଟିଏମ୍ ହଟିବାର କେଇ ଘଣ୍ଟା ପରେ ପୁଣି ସାମିଲ ହୋଇଛି ।

ଏସମ୍ପର୍କରେ ଆଜି ସନ୍ଧ୍ୟା ସମୟରେ ଟ୍ୱିଟ୍ କରି ପେଟିଏମ୍ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ କୌଣସି କାରଣବଶତଃ ପେଟିଏମ୍ ଗୁଗୁଲ୍ ପ୍ଲେ-ଷ୍ଟୋରରୁ ହଟିଯାଇଥିବା ସୂଚନା ମିଳିଥିଲା । ହେଲେ ପେଟିଏମ୍ ୟୁଜର୍ସଙ୍କ ଅର୍ଥରାଶି ସୁରକ୍ଷିତ ଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା ।

ତେବେ ଗୁଗୁଲ୍ ପ୍ଲେ-ଷ୍ଟୋରର ନିୟମାବଳୀ ଉଲ୍ଲଘଂନ ହୋଇଥିବା ଦର୍ଶାଇ ପେଟିଏମ୍ ଆପକୁ ହଟାଇ ଦିଆ ଯାଇଥିଲା ବୋଲି ସୁତ୍ରରୁ ପ୍ରକାଶ ।

ଅଧିକ ପଢନ୍ତୁ- ଗୁଗୁଲ୍ ପ୍ଲେ-ଷ୍ଟୋରରୁ ହଟିଲା ପେଟିଏମ୍ ଆପ୍‌, ଜାଣନ୍ତୁ କାହିଁକି ?

Leave A Reply

Your email address will not be published.