Latest Odisha News

BREAKING NEWS

ସଲମାନ, ଆଦିତ୍ୟ, ଭଁସାଲୀଙ୍କ ସମେତ ୮ଜଣଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କେସରେ ଶୁକ୍ରବାର ମୁଜାଫରପୁର ଜିଲା ନ୍ୟାୟଳୟ ସଲମାନ ଖାଁ, କରଣ ଜୋହର ଓ ଆଦିତ୍ୟ ଚୋପ୍ରାଙ୍କ ସମେତ ୮ଜଣଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁଶାନ୍ତଙ୍କ କେସରେ ଓକିଲ ସୁଧୀର ଓଝା ଉପରୋକ୍ତ ବ୍ୟକ୍ତବିଶେଷଙ୍କୁ ଦାୟୀ କରି କୋର୍ଟରେ ଆଇପିସି ଧାରା ୩୦୬, ୫୦୪ ଓ ୫୦୬ ଅନୁସାରେ ଅଭିଯୋଗ ଦାଖଲ କରିଥିଲେ ।

କୋର୍ଟ ଆଜି ସେମାନଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛି । ସୂଚନାଯୋଗ୍ୟ, ବର୍ତମାନ ସୁଶାନ୍ତ ସିଂ କସେର ତଦନ୍ତ ସିବିଆଇ କରୁଛି । ଏଥିରେ ଇଡି ଓ ଏନସିବି ମଧ୍ୟ ସହଯୋଗ କରୁଛନ୍ତି । ସମ୍ପୃକ୍ତ ଘଟଣାରେ ରିୟା ଚକ୍ରବର୍ତି ଓ ତାଙ୍କ ଭାଇଙ୍କ ସମେତ ଅନ୍ୟ କେତେଜଣ ମଧ୍ୟ ଗିରଫ ହୋଇ ସାରିଛନ୍ତି ।

Leave A Reply

Your email address will not be published.