Latest Odisha News

BREAKING NEWS

କଂଗ୍ରେସର ସାଂଗଠନିକ ବୈଠକ: ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟିର ଦୁଇ ଦିନିଆ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ବୈଠକ କଂଗ୍ରେସ ଭବନରେ ସମାପ୍ତ ହୋଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୧୩ ଓ ୧୪ତାରିଖ ଦୁଇ ଦିନିଆ ବୈଠକରେ ଦକ୍ଷିଣାଞ୍ଚଳର ୧୦ଟି ଜିଲ୍ଲାର ଅନେକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ କାର୍ଯ୍ୟକ୍ରମ ଆଲୋଚିତ ହେବା ସହ କାର୍ଯ୍ୟ ଖସଡା ହାତକୁ ନିଆଯାଇଛି ।

ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । କଂଗ୍ରେସକୁ ତୃଣମୂଳ ସ୍ତରରୁ ପୁନର୍ବାର ମଜବୁତ କରିବାକୁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ କାର୍ଯ୍ୟକାରୀ ସଭାପତିମାନଙ୍କୁ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରର ଦାୟିତ୍ୱ ବଣ୍ଟନ କରାଯିବା ସହିତ ଜିଲ୍ଲା ସଭାପତିମାନେ ନିର୍ଦ୍ଦିଷ୍ଟ ସମୟ ଭିତରେ ଜିଲ୍ଲା କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ଲକ କଂଗ୍ରେସ ସଭାପତିମାନଙ୍କୁ ପ୍ରତି ଜିଲ୍ଲା ପରିଷଦ ଜୋନ୍ର ଦାୟିତ୍ୱ ବଣ୍ଟନ କରିବା, ଜିଲ୍ଲା ଅଧିନରେ ଥିବା ବିଭିନ୍ନ ବିଧାନସଭା କ୍ଷେତ୍ରରେ ଦଳୀୟ ସଭାର କାର୍ଯ୍ୟସୂଚୀ ଚୂଡାନ୍ତ କରି ଓଡିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଏବଂ ଏଆଇସିସି ସଂପାଦକମାନଙ୍କୁ ଜିଲ୍ଲା କଂଗ୍ରେସର ସଭାପତିମାନେ କାର୍ଯ୍ୟସୂଚୀ ସଂପର୍କରେ ଅବଗତ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

କଂଗ୍ରେସ ଭବନରେ ସମାପ୍ତ୍ ହୋଇଥିବା ଏହି ବୈଠକରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଏଆଇସିସି ସଂପାଦକ ଅନିଲ୍ ଚୌଧୁରୀ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା ଉପସ୍ଥିତ ରହିଥିଲେ । ଦକ୍ଷିଣାଞ୍ଚଳ ଜୋନ୍ର ୧୦ଗୋଟି ଜିଲ୍ଲାର ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ କାର୍ଯ୍ୟକାରୀ ସଭାପତିମାନେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.