Latest Odisha News

BREAKING NEWS

ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ରହିଲେ ପଞ୍ଚାୟତ ପୁରସ୍କୃତ ହେବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପିଲାମାନେ ସବୁଦିନ କିପରି ସ୍କୁଲକୁ ଆସିବେ ସେଥିଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ସବୁ ଦିନ ଯିବା ସ୍କୁଲ, ଉପସ୍ଥାପନ – ୨୦୧୮” ଅଭିଯାନ ଉଦଘାଟନ କରିଛନ୍ତି । ଆଜି ସଚିବାଳୟରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ସଚେତନତା ଅଭିଯାନର ଶୁଭାରମ୍ଭ କରିବା ସହିତ ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାପନ ରହିଲେ ପଞ୍ଚାୟତକୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଛନ୍ତି ।

ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପିଲାମାନଙ୍କର ନିୟମିତ ଉପସ୍ଥାନକୁ ଉତ୍ସାହିତ କରିବା ଲକ୍ଷ୍ୟନେଇ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ପିତାମାତା, ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପଞ୍ଚାୟତସ୍ତରର ନିର୍ବାଚିତ ପ୍ରତିନିଧିମାନଙ୍କୁ ଏହି ଅଭିଯାନରେ ସାମିଲ କରାଯାଇ ସବୁଦିନ ପିଲାମାନଙ୍କର ସ୍କୁଲଯିବାର ଆବଶ୍ୟକତା ନେଇ ସଚେତନ କରାଯିବ । ଏଥିସହିତ ବିଭିନ୍ନ ଗଣମାଧ୍ୟମ ଓ ପ୍ରଚାର ପୁସ୍ତିକା ଜରିଆରେ ମଧ୍ୟ ସଚେତନତା ସୃଷ୍ଟି କରାଯିବ ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଉନ୍ନୟନ କମିଶନର୍ , ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ, ୟୁନିସେଫର ପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.