ଭୁବନେଶ୍ୱର: ମେ ୩ ତାରିଖ ପରେ ବାହାର ରାଜ୍ୟରୁ ଓଡିଶା ଫେରିବେ ଲକ୍ଷାଧିକ ଶ୍ରମିକ । ଏଥିପାଇଁ ରାଜ୍ୟ ସରକାର ବଡ ଧରଣର ଯୋଜନା କରିଛନ୍ତି । ପ୍ରବାସୀ ଶ୍ରମିକଙ୍କ ରହିବା, ଖାଇବା ଓ ଚିକିତ୍ସାର ବ୍ୟାବସ୍ଥା କରାଯାଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।
ସେ କହିଛନ୍ତି, ରାଜ୍ୟ ସରକାର ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ତେବେ ଘରକୁ ଆଣିବା ପୂର୍ବରୁ ସେମାନଙ୍କ ପାଇଁ ସେହି ରାଜ୍ୟରେ ଆଗ ଭଲ ବ୍ୟବସ୍ଥା କରନ୍ତୁ । ସେମାନଙ୍କ ଖାଇବା, ପିଇବା ଓ ରହିବା ବ୍ୟବସ୍ଥା କରନ୍ତୁ । ଏଥିପାଇଁ ରାଜ୍ୟ ସରକାର ଚାହିଁଲେ ପ୍ରତି ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଦିଆଯାଇପାରିବ ।
ଏଥିସହ ଫେରିବାକୁ ଥିବା ସମସ୍ତ ଶ୍ରମିକ ଭାଇଭଉଣୀଙ୍କର ସେଠାରେ ହିଁ ସ୍ୱାବ୍ ପରୀକ୍ଷା କରାଯାଉ । ଏହାପରେ ସେମାନଙ୍କୁ ଓଡିଶା ଫେରାଇ ଅଣାଯିବା ଉଚିତ ବୋଲି ନିରଂଜନ କହିଛନ୍ତି ।
ବର୍ତ୍ତମାନ ପଡୋଶୀ ରାଜ୍ୟ ପଶ୍ଟିମବଙ୍ଗରୁ ଶ୍ରମିକ ଆସି ଓଡିଶାରେ ସଂକ୍ରମଣ ବଢାଇଛନ୍ତି । ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢାଇଲାଣି । ଏଭଳି ସ୍ଥିତିରେ ଯଦି ସୁରାଟ, ମୁମ୍ବାଇ ଏବଂ ଅନ୍ୟ ସ୍ଥାନରୁ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ଓଡିଆ ଆସିବେ ତେବେ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ପିସିସି ସଭାପତି ଆଶଙ୍କା କରିଛନ୍ତି ।
BREAKING NEWS
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- ରଣଜୀ ଟ୍ରଫି: ଓଡିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ପୂନର୍ବାର ଅଧିନାୟକ ଦାୟିତ୍ୱ
- Passenger carrying precious stones:କଷ୍ଟମ୍ସ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ;ବ୍ୟାଙ୍କକରୁ କୋଟିକୋଟି ମୂଲ୍ୟର ମୂଲ୍ୟବାନ ପଥର ଆଣୁଥିବା ଯାତ୍ରୀ ଗିରଫ
- ଭାଇରାଲ ହେଉଛି ଗିଲଙ୍କ ମଜାଦାର ବୟାନ
- ଅପେକ୍ଷାର ଘଟିବ ଅନ୍ତ: ଖୁବଶୀଘ୍ର ହେବ SI ପଦବୀ ଲାଗି ସାନି ପରୀକ୍ଷା
- Suspicious death of film director:ହୋଟେଲ୍ ରୁମ୍ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର
- ଏଲଏ୨୮ ଅଲିମ୍ପିକ୍ସ ପାଇଁ ହାଙ୍ଗଝୋଉ ଅପେକ୍ଷା ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଭାରତ ପାଇଁ ଅଧିକ ସଫଳ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଏକାସାଙ୍ଗରେ ବଛାଯିବ ୪ଟି ଭାରତୀୟ ଦଳ; ସିଲେକ୍ଟରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ
- ଖଲ୍ଲିକୋଟ କଲେଜ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ଥାନାରେ ୯ ଅଟକ
- Balianta Soumya Murder Case: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା:ଆକ୍ରମଣର ଶିକାର ଝିଅଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

Comments are closed.