Latest Odisha News

BREAKING NEWS

ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହେଲା ପାଟକୁରା ନିର୍ବାଚନ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ନିର୍ବାଚନ ଶନିବାର ଦିନ କାଁ ଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି ।

ଗଣମାଧ୍ୟମକୁ ସୂଚନାଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର କହିଛନ୍ତି, ଶନିବାର ଦିନ ୫ଟା ସୁଦ୍ଧା ନିର୍ବାଚନ ୬୭ ପ୍ରତିଶତ ଭୋଟଦାନ ହୋଇଥିଲା । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା ତେଣୁ ତାହାର ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ଭୋଟଦାନର ପ୍ରତିଶତ ଆସିଯିବ ।

ପାଟକୁରା ନିର୍ବାଚନ ମଣ୍ଡଳୀର ବୁଥ ନଂ ୨୭୮ରେ ଇଭିଏମରେ ଯାନ୍ତ୍ରୀକ ତୃଟି ପରିଲକ୍ଷିତ ହେବା ଯୋଗୁଁ ସେଠାରେ ଭୋଟଦାନ ବିଳମ୍ବ ହୋଇଥିଲା । ଏହାବ୍ୟତୀତ, ଅନ୍ୟସମସ୍ତ ୩୦୮ଟି ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟଗ୍ରହଣ ହୋଇପାରିଛି ।

ଏଶନିବାର ଦିନ ଭୋଟଗ୍ରହଣ ବେଳେ କୁଶିଆପାଳଠାରେ ଥିବା ବୁଥ ନଂ ୩୨ରେ ଦୁଇ ଗୋଷ୍ଠୀ ମଧ୍ୟରେ ଉଚ୍ଚବାଚ ହେବା ଫଳରେ କିଛି ସମୟ ଲାଗି ବ୍ୟାଘାତ ଘଟିଥିଲା, ମାତ୍ର ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀଙ୍କ ହସ୍ତକ୍ଷେପ ଫଳରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା ।

Leave A Reply

Your email address will not be published.