Latest Odisha News

BREAKING NEWS

ଏମିତି ବି ଦେଶ ଅଛି, ଯେଉଁଠି ବଡ଼ ପେଟ ସମସ୍ୟା ନୁହେଁ, ସମ୍ମାନ ଆଣେ

ସମୟ ବଦଳିବା ସହିତ ଲୋକଙ୍କ ନଜର ମଧ୍ୟ ବଦଳିଛି । ପିଲା ହୁଅନ୍ତୁ ବଡ଼ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ନିଜେ ଫିଟ୍ ରହିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଅନେକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୁଏ ପେଟକୁ ନେଇ । ସାଧାରଣ ଲୋକ ହୁଅନ୍ତୁ ବା ଚାକିରିଆ ଯଦି ଶରୀର ତୁଳନାରେ କାହାର ପେଟ ବଡ଼ ହୋଇଥାଏ ତେବେ କଥା ସରିଲା । ଏଥିପାଇଁ ଅନେକ ସମୟରେ ମଧ୍ୟ ସେମାନେ ଲଘୁ ସମାଲୋଚନାର ଶୀକାର ହୋଇଥାନ୍ତି । ସହରୀ ଜୀବନଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଏହି ଭାବନା ଏବେ ଖୁବ୍ ଅଧିକ । ସେଥିପାଇଁ ଅନେକ ନିୟମିତ ବ୍ୟାୟାମ କରିବା ସହିତ ନିଜର ଖାଦ୍ୟପେୟ ସନ୍ତୁଳିତ କରିବାକୁ ଉଦ୍ୟମ କରିଥାନ୍ତି । କାରଣ ମୋଟାପଣ ଏବେ ଏକ ବେମାରୀ ଭାବେ ପରିଗଣିତ ହୋଇଛି । କିନ୍ତୁ ଏପରି ଏକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ଲୋକମାନେ ବଡ଼ ପେଟକୁ ନେଇ ଅବଶୋସ କରନ୍ତି ନାହିଁ । ବରଂ ଖୁସି ହୁଅନ୍ତି ।

ଦକ୍ଷିଣ ଆଫ୍ରିକାର ଏକାଧିକ ଆଦିମ ଜନଜାତି ମଧ୍ୟରୁ ‘ବୋଡି’ ସମ୍ପ୍ରଦାୟ ଜନଜାତିଙ୍କ ଭିତରୁ ଲମ୍ବା ସମୟ ଧରି ଏକ ଭାବନା ପ୍ରଚଳିତ ହୋଇ ଆସୁଛି । ଏଠାକାର ଲୋକମାନେ ନିଜର ବଡ଼ ପେଟକୁ ନେଇ ଗର୍ବ କରିଥାନ୍ତି । ଅର୍ଥାତ୍ ଯଦି କୌଣସି ଲୋକଙ୍କର ପେଟ ବଡ଼ ତାହାହେଲେ ସେ ଜଣେ ସୁନ୍ଦର ବ୍ୟକ୍ତି ଭାବେ ପରିଗଣିତ ହୋଇଥାନ୍ତି । ଦକ୍ଷିଣ ଆଫ୍ରିକାର ଇଥିଓପିଆରେ ବାସ କରୁଥିବା ଏହି ବୋଡି ଜନଜାତିର ଲୋକମାନଙ୍କ ଭିତରେ ପାରମ୍ପରିକ ଭାବେ ବଡ଼ ପେଟକୁ ନେଇ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଯେଉଁମାନଙ୍କର ପେଟ ବଡ଼ ସେମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥାନ୍ତି । ଯାହାର ସବୁଠାରୁ ବଡ଼ ପେଟ ସେ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥାଏ । ସେଠାରେ ପ୍ରତିବର୍ଷ କାଏଲ ନାମକ ଏକ ପର୍ବ ପାଳନ ହୋଇଥାଏ ଯେଉଁଥିରେ ବଡ଼ ପେଟ ଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥାଏ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରତିଯୋଗୀମାନେ ପୂର୍ବରୁ ନିୟମିତ ଭାବେ ମଣିଷ କ୍ଷୀର, କଦଳୀ, ରକ୍ତ ଏବଂ ମହୁ ଖାଇଥାନ୍ତି । ପ୍ରାୟ ଗୋଟିଏ ମାସ ଖାଇବା ପରେ ଏହି ଉତ୍ସବରେ ଭାଗ ନେଇଥାନ୍ତି । ନିଜ ଓଜନ ବଢାଇବା ପାଇଁ ପୂର୍ବ ପ୍ରସ୍ତୁତି ବେଳେ ଭାରି ଖାଦ୍ୟ ଖାଇବା ସହ ମୋଟା ଓ ପେଟ ବଢାଇବା ପାଇଁ ୬ ମାସ ପର୍ଯ୍ୟନ୍ତ କୌଣସି କାମ କରନ୍ତି ନାହିଁ ।

Leave A Reply

Your email address will not be published.