Latest Odisha News

BREAKING NEWS

ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ବିରୋଧ: ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଭୁବନେଶ୍ୱର: ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ବିରୋଧ  । ରାଜଧାନୀର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ନୋଟିସ ନଦେଇ ଆଜି ସକାଳୁ ସକାଳୁ ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀ ଓ ବାସିନ୍ଦାମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ବିରୋଧ କରିଛନ୍ତି । ଦୀର୍ଘ ଦିନ ଧରି ବିଏମସି ପକ୍ଷରୁ ଏଠାରେ ଥିବା ଦୋକାନକୁ ଭଙ୍ଗାଯାଉଥିବାକୁ ବି ବିରୋଧ କରାଯାଉଛି। ଏଠାରେ ଥିବା ୩ ଶହ ଦୋକାନ ଭଙ୍ଗାଯାଉଛି।

ବ୍ୟବସାୟୀମାନେ ନିଜର ସାମଗ୍ରୀକୁ ସେଠାରୁ ନେବାକୁ ବି ସମୟ ପାଇଲେନି। ଏହାଫଳରେ ଅନେକ ବ୍ୟବସାୟୀ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ବିଡିଏ ଓ ବିଏମସି ପକ୍ଷରୁ ମିଳିତ ଭାବେ ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ କରାଯାଉଛି। ଭୋର ୪ଟା ସମୟରୁ ଏହି ଉଚ୍ଛେଦ କାମ ଜାରି ରହିଛି।

Leave A Reply

Your email address will not be published.