Latest Odisha News

BREAKING NEWS

ବିଲେଇ ମାରି ବନ୍ଧା ହେଲେ ଯୁବକ !

ଭୁବନେଶ୍ୱର: ଆଇନ ସମସ୍ତଙ୍କ ପାଇଁ ସମାନ । ସେ ମଣିଷ ହୁଅନ୍ତୁ କିମ୍ବା ଜୀବଜନ୍ତୁ । ବୁଧବାର ଭୁବନେଶ୍ୱର ୟୁନିଟ -୪ରେ ଗୋଟିଏ ପୋଷା ବିଲେଇକୁ କେହି ଗୁଳି କରି ହତ୍ୟା କରିଥିବା ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଥିଲା।

ପୋଲିସ ଅଭିଯୋଗକୁ ଗୁରୁତର ସହ ନେଇ ତଦନ୍ତ କରିବା ପରେ ବିଲେଇକୁ ଗୁଳିକରି ହତ୍ୟା କରିବା ଅଭିଯୋଗରେ ଉକ୍ତ ଅଞ୍ଚଳର ଆଶୁତୋଷ ନାୟକଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଭୁବନେଶ୍ବର ଯୁନିଟ-୪ ପୋଷ୍ଟାଲ କଲୋନୀର ସୁଶାନ୍ତ ପଟ୍ଟନାୟକଙ୍କ ପୋଷା ବିଲେଇକୁ କେହି ଗୁଳି କରି ମାରିଦେଇଥିବା ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଥିଲା ।

ପୋଷ୍ଟାଲ କଲୋନୀ ପାଚେରୀ କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଲେଇଟିକୁ ଦେଖିଥିଲେ ମାଲିକ ସୁଶାନ୍ତ ପଟ୍ଟନାୟକ ।

ବିଲେଇ ମୁଣ୍ଡରେ ଗୁଳି ବାଜିଥିବା ଦେଖି ତୁରନ୍ତ ତାକୁ ନିକଟସ୍ଥ ପଶୁ ଡାକ୍ତରଖାନାକୁ ନେଇଥିଲେ ।

ମାତ୍ର ପ୍ରବଳ ରକ୍ତସ୍ରାବ ଯୋଗୁଁ ବିଲେଇଟିର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ । ମୃତ ବିଲେଇର ଏକ୍ସ-ରେ ଫଟୋଗ୍ରାଫି କରାଯାଇଥିଲା । ଏଥିରେ ବିଲେଇ ମୁଣ୍ଡ ଏବଂ ଛାତିରେ ଗୁଳି ଅଟକିଯାଇଥିବା ସୂଚନା ମିଳିଛି ।

ଏହାପରେ ବିଲେଇର ମାଲିକ ସୁଶାନ୍ତ ପଟ୍ଟନାୟକ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ଖାରବେଳ ଥାନା ପୋଲିସ ଘଟଣାର ତଦନ୍ତ କରି ସୁଶାନ୍ତଙ୍କ ପଡୋଶୀ ସନ୍ତୋଷ ନାୟକଙ୍କ ପୁଅ ଆଶୁତୋଷ ନାୟକଙ୍କୁ ଗିରଫ କରିଛି ।

କିଛିଦିନ ତଳେ ଭୁବନେଶ୍ୱରରର ଜଣେ ଓଲା ଡ୍ରାଇଭର କୁରୁରଛୁଆ ଉପରେ ଗଡ଼ି ଚଢାଇ ଦେଇଥିବାରୁ ତାଙ୍କୁ ପୋଲିସ ଗିରଫ କରିଥିଲା ।

Leave A Reply

Your email address will not be published.