Latest Odisha News

BREAKING NEWS

ତୈଳଦର ବୃଦ୍ଧିରେ ରେକର୍ଡ, ୧୦୦ ଟଙ୍କା ଡେଇଁଲା ପେଟ୍ରୋଲ୍

ଚଣ୍ଡିଗଡ଼: ତୈଳଦର ବୃଦ୍ଧିରେ ରେକର୍ଡ । ରାଜସ୍ଥାନରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ପାର୍ କରିଛି । ସୋମବାର ଶ୍ରୀଗଙ୍ଗାନଗରରେ ପ୍ରିମିୟମ୍ ପେଟ୍ରୋଲ ଦର ଲିଟର ପିଛା ୧୦୧ ଟଙ୍କା ୫୪ ପଇସା ରହିଛି । ସାଧାରଣ ପେଟ୍ରୋଲ ଦର ୯୭ ଟଙ୍କା ୬୯ ପଇସା ରହିଛି ।

ଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ ଏକମାତ୍ର ରାଜ୍ୟ ଭାବେ ରାଜସ୍ଥାନ ସର୍ବାଧିକ ଭାଟ୍ ଲଗାଉଛି । ରାଜସ୍ଥାନ ସରକାର ପେଟ୍ରୋଲରେ ୩୮ ପ୍ରତିଶତ ଓ ଡିଜେଲରେ ୨୮ ପ୍ରତିଶତ ଭାଟ ନେଉଛନ୍ତି । ଦରବୃଦ୍ଧି ପରେ ସ୍ଥାନୀୟ ବ୍ୟବସାୟୀ ସରକାରଙ୍କୁ ଭାଟ କମାଇବା ଲାଗି ଦାବି କରିଛନ୍ତି ।

କରୋନା ଲକଡାଉନ୍ ବେଳେ ରାଜସ୍ଥାନ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୧୦ ପ୍ରତିଶତ ଲେଖାଏଁ ଭାଟ୍ ବୃଦ୍ଧି କରିଥିଲେ । ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ସାମାନ୍ୟ ପେଟ୍ରୋଲ ଦର ଲିଟର ପିଛା ୯୭ ଟଙ୍କା ରହିଥିବା ବେଳେ ନିକଟସ୍ଥ ପଞ୍ଜାବରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୮୨ ଟଙ୍କା ରହିଛି ।

Leave A Reply

Your email address will not be published.