Latest Odisha News

ଗଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲେ ବ୍ରିଟେନ୍‌ ପିଏମ୍‌ ବୋରିସ୍‌ ଜନ୍‌ସନ୍‌

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତକୁ ଗଣତନ୍ତ୍ର ଦିବସ ପାଇଁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ କରୋନା ଭୂତାଣୁ ବିଶ୍ୱ ମହାମାରୀରୁ ମାନବିକତାକୁ ମୁକ୍ତ କରିବା ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

ଭାରତର ୭୨ ତମ ଗଣତନ୍ତ୍ର ଦିବସରେ ବୋରିସ୍‌ଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ତାଙ୍କ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେ ତାଙ୍କର ଯାତ୍ରା ବାତିଲ କରିଥିଲେ। ଗଣତନ୍ତ୍ର ଦିବସ ଅବସରରେ ବୋରିସ୍ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଏହା ଏକ “ଅସାଧାରଣ ସମ୍ବିଧାନ” ର କାର୍ଯ୍ୟକାରିତା ଉତ୍ସବ ଯାହା ଭାରତକୁ “ବିଶ୍ବର ସର୍ବ ବୃହତ ସାର୍ବଭୌମ ଗଣତନ୍ତ୍ର” ଭାବରେ ପ୍ରତିଷ୍ଠିତ କରିଛି।

Leave A Reply

Your email address will not be published.