Latest Odisha News

BREAKING NEWS

ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର ପ୍ରତି ୮୧ ଛୁଇଁଲା, ମୁମ୍ବାଇରେ ଲିଟର ୯୦ ଟଙ୍କା ଅତିକ୍ରମ କଲା

ଭୁବନେଶ୍ୱର: ତୈଳଦର ଗତ ୫ ମାସ ହେଲା ଆକାଶଛୁଆଁ ବୃଦ୍ଧି ଘଟିଚାଲିଛି । ପୁଣି ତେଲ ଦର ବଢିବା ଫଳରେ ପେଟ୍ରୋଲ ଲିଟର ପିଛା ୪.୬୬ ଟଙ୍କା ଏବଂ ଡ଼ିଜେଲ ଦରରେ ଲିଟର ପିଛା ୬.୩୫ଟଙ୍କା ବୃଦ୍ଧି ଘଟିଛି ।

ବର୍ତ୍ତମାନ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୦.୦୮ଟଙ୍କା, ଦିିଲ୍ଲୀରେ ୮୨.୭୨ ଟଙ୍କା ଦରରେ ମିଳୁଛି । ତେବେ ଭୁବନେଶ୍ୱରରେ ପ୍ରଥମଥର ଲାଗି ପେଟ୍ରୋଲ ଲିଟର ପିଛା ୮୦ଟଙ୍କା ଅତିକ୍ରମ କରି ପେଟ୍ରୋଲ ଦର ୮୧.୬୩ ପଇସାରେ ବିକ୍ରି ହେଉଛି । ଏହିବର୍ଷ ମାର୍ଚ୍ଚ ମାସରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୧.୬୯ଟଙ୍କାରେ ମିଳୁଥିଲା ।

ସେହିପରି ଭୁବନେଶ୍ୱରରେ ଡ଼ିଜେଲ ଦରରେ ବୃଦ୍ଧି ଘଟି ଏବେ ଲିଟର ପିଛା ୮୦ ଟଙ୍କା ପାଖାପାଖି ଛୁଇଁଲାଣି । ବର୍ତ୍ତମାନ ଭୁବନେଶ୍ୱରରେ ଡ଼ିଜେଲ ଲିଟର ପିଛା ୭୮.୫୮ ଟଙ୍କା ଏବଂ ଦିଲ୍ଲୀରେ ୭୧.୦୨ଟଙ୍କାରେ ପହଞ୍ଚିଛି ।

କେନ୍ଦ୍ରସରକାର କହିଛନ୍ତି, ଆନ୍ତର୍ଜାତିକ ବଜାରରେ ତୈଳଦର ବୃଦ୍ଧି ଘଟିଥିବାରୁ ଭାରତରେ ତେଲଦର ବୃଦ୍ଧି ଘଟିଛି । ଇରାନରେ ଅଚଳାବସ୍ଥା ସୃଷ୍ଟି ମଧ୍ୟ ତେଲଦର ବୃଦ୍ଧିର ଅନ୍ୟତମ କାରଣ ବୋଲି କେନ୍ଦ୍ରସରକାର ସୂଚନା ଦେଇଛନ୍ତି । ତୈଳଦର ହ୍ରାସ କରିବା ଲାଗି କେନ୍ଦ୍ର ସରକାର ଦୃଢ ପଦକ୍ଷେପ ନେଉନଥିବାର ଦୋଷାରୋପ କରିଛନ୍ତି ବିରୋଧି ଦଳ ।

Leave A Reply

Your email address will not be published.