Latest Odisha News

BREAKING NEWS

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୫୫ଲକ୍ଷ ମେଟ୍ରିକ ଟନ ଖରିଫ ଧାନ କ୍ରୟ ପ୍ରସ୍ତାବକୁ ମିଳିଲା ମଞ୍ଜୁରି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

ଏହି ଅବସରରେ ‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’କୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଏଥିସହିତ ଏହି କାର୍ଯ୍ୟକ୍ରମ ପାଇଁ ଚଳିତ ବଜେଟରେ ପାଖାପାଖି ୧୨୫୦ କୋଟି ଟଙ୍କା ବ୍ୟୟ ମଂଜୁର କରାଯାଇଛି ।

ଅନ୍ୟପକ୍ଷରେ ଏହି କାର୍ଯ୍ୟ କେବଳ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ ଏବଂ ଏଥିରେ କୌଣସି ଠିକାଦାରଙ୍କୁ ନିୟୋଜିତ କରାଯିବ ନାହିଁ ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ ପ୍ରତି ପ୍ରକଳ୍ପ କାମ ୧ଲକ୍ଷରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ କାର୍ଯ୍ୟ କରାଯିବା ନେଇ ଜଣାପଡିଛି ।

ସେହିପରି କୃଷି ବିଭାଗ କ୍ୟାଡରର ପୁନର୍ବିନ୍ୟାସକୁ କ୍ୟାବିନେଟ ମଂଜୁରି ମିଳିଛି ।
ଅନ୍ୟପକ୍ଷରେ ଏହି ବୈଠକରେ ମଧ୍ୟ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ୫୫ ଲକ୍ଷ ମେଟ୍ରିକ ଟନ ଧାନ ବା ୩୭ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ନେଇ ଲକ୍ଷ୍ୟ ରଖାଯାଇଛି ।

ଏଣିକି ଧାନ ସଂଗ୍ରହ ବେଳେ ମୁଣ୍ଡପିଛା ଧାନ କଟାଯିବ ନାହିଁ ଏବଂ ପୂର୍ବରୁ ମୁଣ୍ଡପିଛା ୩ କ୍ୱିଣ୍ଟାଲ ଧାନ କଟାଯାଉଥିବାବେଳେ ବର୍ତ୍ତମାନ ଏହାକୁ ବନ୍ଦ କରିଦିଆଯିବା ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଧାନ ଦେବାର ୩ଦିନ ମଧ୍ୟରେ ଚାଷୀ ସେମାନଙ୍କ ପଇସା ନିଜ ବ୍ୟାଙ୍କ ଆକାଉଣ୍ଟରେ ପାଇଯିବେ ବୋଲି ସୂଚନା ମିଳିଛି । ଏହାଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ।

ତେବେ ଆହୁରି ମଧ୍ୟ ୨୩ ଲକ୍ଷ ମେଟ୍ରିକ ଟନ ଚାଉଳ ସାଧାରଣ ବଣ୍ଟନ ପାଇଁ ରହିବା ସହ ବଳକା ଚାଉଳକୁ ଏଫସିଆଇକୁ ଦିଆଯିବା ନେଇ ନିଷ୍ପତ୍ତି କରାଯାଇଛି ।

Leave A Reply

Your email address will not be published.