Latest Odisha News

BREAKING NEWS

ଓଡିଶା ଉପକୂଳରୁ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ

ବାଲେଶ୍ୱର : ଭାରତ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଏହି ସ୍ଥଳରୁ ଆକାଶକୁ ଭେଦ କରିପାରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରଟି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି (ଆଇଟିଆର)ରୁ ସଫଳ ଉତକ୍ଷେପଣ କରାଯାଇଛି ।

ଏହି କ୍ଷେପଣାସ୍ତ୍ର ଚାନ୍ଦିପୁର ଘାଟିର ୩ନଂ ଲଞ୍ଚ ପ୍ୟାଡରୁ ସକାଳ ପ୍ରାୟ ୯ଟା ୨୮ ବେଳକୁ ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରଟି ଡିଆରଡିଓ ପକ୍ଷରୁ ପସ୍ତୁତ କରାଯାଇଥିବା ସ୍ଥଳେ ଏହା ୨୦କିମି ଦୂରତାକୁ ଭେଦ କରିପାରିବ ।

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ରବିବାର ରାତିରେ ମଧ୍ୟ ଓଡିଶା ଉପକୂଳରେ ଥିବା କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଇଣ୍ଟରସେପ୍ଟର ମିସାଇଲର ସଫଳ ପରୀକ୍ଷଣ ହୋଇଛି ।

ପ୍ରତିରକ୍ଷା ବିଭାଗର ସୂଚନା ଅନୁଯାୟୀ “ଭାରତୀୟ ଦ୍ୱି-ସ୍ତରୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପଦ୍ଧତିରେ ଭାରତୀୟ ପ୍ରତିରକ୍ଷା ବିଭାଗର ଏହି ସଫଳତା ଏକ ମାଇଲ ଖୁଣ୍ଟ ସଦୃଶ୍ୟ” ।

ଏହି ବାଲିଷ୍ଟିକ କ୍ଷେପଣାସ୍ତ୍ରଟି ଅବଦୁଲ କଲାମ ଦ୍ୱୀପରୁ ରାତି ୮ଟା ସମୟରେ ଉତକ୍ଷେପଣ କରାଯାଇଥିଲା ।

Leave A Reply

Your email address will not be published.