Latest Odisha News

BREAKING NEWS

ତେଲ ଦର ସହିତ ବଢ଼ିଲା ସିଏନଜି ଦର

ନୂଆଦିଲ୍ଲୀ: ଠିକ୍ ବର୍ଷକ ତଳେ କରୋନା ସଂକ୍ରମଣ ପ୍ରତିଦିନ ଉପରମୁହାଁ ହେଉଥିବା ଭଳି ଏବେ ତେଲ ଦର ମଧ୍ୟ ପ୍ରତିଦିନ ପୂର୍ବଦିନର ରେକର୍ଡ ଭାଙ୍ଗୁଛି । ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଛି। ଏହା ସହିତ ସିଏନଜି ଦର ମଧ୍ୟ ବଢିଛି। ଦେଶରେ ଗତ ୧୬ ଦିନ ମଧ୍ୟରେ ୧୪ ଥର ତେଲ ଦର ବଢ଼ିଛି । ଏହି ଅବଧିରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ୧୦ ଟଙ୍କା ବୃଦ୍ଧି ପାଇଲାଣି। ମାର୍ଚ୍ଚ ୨୨ରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯାହା ଆଜି ବି ଜାରି ରହିଛି ।

ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ଦର ୮୦ ପଇସା ବୃଦ୍ଧି ହୋଇଛି, ଏହା ପରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୫.୪୧ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୬.୬୭ ଟଙ୍କା ହୋଇଛି। । ଏଥି ସହିତ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ବର୍ତ୍ତମାନ ୧୨୦.୫୧ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ୧୦୪.୭୭ ଟଙ୍କା ରିହଛି। ଆଜି ଏଠାରେ ପେଟ୍ରୋଲର ମୂଲ୍ୟ ୮୪ ପଇସା ଏବଂ ଡିଜେଲର ମୂଲ୍ୟ ୮୫ ପଇସା ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଭାରତରେ ପେଟ୍ରୋଲ ଦର ୫%, ଅନ୍ୟ ଦେଶରେ ୫୦% ବଢ଼ିଛି: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ପେଟ୍ରୋଲ ଏବଂ ଡିଜେଲ ସହିତ ଦେଶରେ ସିଏନଜି ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଦିଲ୍ଲୀରେ ସିଏନଜିର ମୂଲ୍ୟ ଆଜିଠାରୁ ୨.୫ ଟଙ୍କା ବୃଦ୍ଧି ପାଇବା ପରେ ଏହା କିଲୋଗ୍ରାମ ପିଛା ୬୬.୬୧ ଟଙ୍କାକୁ ବୃଦ୍ଧି ପାଇଛି। ଦିଲ୍ଲୀ ନିକଟ ଉତ୍ତରପ୍ରଦେଶର ନୋଏଡା ଠାରେ ୪୮ ଘଣ୍ଟାରେ ସିଏନଜିର ମୂଲ୍ୟ ୫ ଟଙ୍କା ବୃଦ୍ଧି ପାଇଛି। ।

ସିଏନଜିର ନୂଆ ଦର, ଦିଲ୍ଲୀର କିଲୋଗ୍ରାମରେ ୬୬.୬୧ ଟଙ୍କା, ନୋଏଡା ଏବଂ ଗାଜିଆବାଦରେ ୬୬.୬୮ ଟଙ୍କା ଏବଂ ହରିଆଣାର ଗୁରୁଗ୍ରାମରେ ୭୨.୪୫ ଟଙ୍କା ବୃଦ୍ଧି ପାଇଛି।

Leave A Reply

Your email address will not be published.