Latest Odisha News

BREAKING NEWS

ତେଲ ଦର ବୃଦ୍ଧିରେ ଲାଗୁନି ଲଗାମ୍ : ପେଟ୍ରୋଲ ୮୬ପଇସା ଓ ଡିଜେଲ ୮୫ପଇସା ବୃଦ୍ଧି

ଭୁବନେଶ୍ୱର: ତେଲ ଦର ବୃଦ୍ଧିରେ ଲାଗୁନି ଲଗାମ୍ । ଆଜି ପେଟ୍ରୋଲ ୮୬ପଇସା ଓ ଡିଜେଲ ୮୫ପଇସା ବଢିଛି । କିଛି ଦିନ ହେଲା ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦର ।

BjdElectrycity

ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ୍ ଦର ଲିଟର୍ ପିଛା ୮୦ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ୍ ଦର ଲିଟର୍ ପିଛା ୮୬ ପଇସା ଓ ଡିଜେଲ୍ ଲିଟର୍ ପିଛା ୮୫ ପଇସା ବୃଦ୍ଧି ପାଇଛିଭୁବନେଶ୍ୱରରେ ଏବେ ପେଟ୍ରୋଲ୍ ଲିଟର୍ ୧୦୮ ଟଙ୍କା ୬୫ ପଇସା ଏବଂ ଡିଜେଲ୍ ଲିଟର୍ ୯୮ ଟଙ୍କା ୪୨ ପଇସାରେ ପହଂଚିଛି ।

ଗତ ୧୦ ଦିନରେ ୯ ଥର ବଢ଼ିଲାଣି ତୈଳ ଦର । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବୃଦ୍ଧି ପାଉଛି । ଯାହାର ସିଧାସଳଖ ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ିଛି ।

Leave A Reply

Your email address will not be published.