Latest Odisha News

BREAKING NEWS

ପାକିସ୍ତାନରେ ଦରବୃଦ୍ଧି ୪୮ ବର୍ଷର ରେକର୍ଡ ଭାଙ୍ଗିଲା; ପାଠ, ପୋଷାକ ନୁହେଁ, ଏବେ ଘାରିଛି ଖାଦ୍ୟ ଚିନ୍ତା

ଇସଲାମବାଦ: ପାକିସ୍ତାନ ଏବେ ସବୁଠାରୁ ବଡ ସମସ୍ୟା ସହ  ଲଢୁଛି । ଦେଶର ଆର୍ଥିକ ସ୍ଥିତି ଏତେ ଖରାପ ହୋଇ ଯାଇଛି ଯେ ସାଧାରଣ ଜନତା ରୋଜିରୋଟି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ଦରଦାମ ବୃଦ୍ଧି ଏବଂ ଆର୍ଥିକ ସଙ୍କଟ ବିରୋଧରେ ପ୍ରଦର୍ଶନ କରୁଛନ୍ତି ।

ପାକିସ୍ତାନ ଏବେ ଦେବାଳିଆ ସ୍ଥିତିରେ ପହଞ୍ଚି ଯାଇଛି । ଦରଦାମ ବୃଦ୍ଧି ୪୮ ବର୍ଷର ରେକର୍ଡ ଭାଙ୍ଗିଛି । ଆର୍ଥିକ ସହାୟତା ନେଇ ଆଇଏମଏଫ ସହ ହେବାକୁ ଥିବା ଆଲୋଚନା ବିଫଳ ହୋଇଛି । ତେବେ ସବୁଠାରୁ ଖରାପ ପରିସ୍ଥିତିର ସାମ୍ନା କରୁଛନ୍ତି ପାକିସ୍ତାନର ସାଧାରଣ ଜନତା । ଦରଦାମ ବୃଦ୍ଧି ସେମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଏବେ ଲୋକେ ଆଉ ଶିକ୍ଷା ବା ଅନ୍ୟ ଜିନିଷ ପ୍ରତି ଗୁରୁତ୍ୱ ଦେଉ ନାହାନ୍ତି । ଏକମାତ୍ର ଚିନ୍ତା କ’ଣ ଖାଇବେ..କେମିତି ବଞ୍ଚିବେ ।

ମିଡିଆ ରିପୋର୍ଟ ଅନୁସାରେ, ପାକିସ୍ତାନର ଜଣେ ସିଫୁଡ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ମୋର ବ୍ୟବସାୟ ଏବେ ଅଧା କମି ଯାଇଛି । ବିକ୍ରି ପ୍ରାୟ ନାହିଁ । କାରଣ ମଧ୍ୟ ବର୍ଗୀୟ ଲୋକ କିଣାବିକାଠାରୁ ଏବେ ଦୂରରେ  । ସେମାନେ ଏ ଦରଦାମ ବୃଦ୍ଧିକୁ ସାମ୍ନା କରିପାରୁ ନାହାନ୍ତି । କେବଳ ଧନୀ ଶ୍ରେଣୀର ଲୋକ ହିଁ ଦରଦାମ ବୃଦ୍ଧି ସହ ମୁକାବିଲା କରିପାରୁଛନ୍ତି ।

ସେହିପରି ଜଣେ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ କହିବା ଅନୁଯାୟୀ, ପେଟ୍ରୋଲ ପମ୍ପରେ ଏହାର ପ୍ରଭାବ ପଡିଛି । ପୂର୍ବରୁ ତେଲ ପାଇଁ ଲମ୍ବା ଲାଇନ ଲାଗୁଥିଲା । ଏବେ ପେଟ୍ରୋଲ ପମ୍ପ ଖାଲି ରହୁଛି । କାରଣ ଏବେ ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ଦର ୨୬୨ ଟଙ୍କା ରହିଛି । ନିମ୍ନ ବର୍ଗର ଲୋକଙ୍କୁ ଏଠାରେ ଘର ଖର୍ଚ୍ଚ ପାଇଁ ଋଣୁ କରିବାକୁ ପଡୁଛି   । ଏଠି ବଞ୍ଚିବା କଷ୍ଟକର ହୋଇଗଲାଣି ବୋଲି ଲୋକେ କହୁଥିବା କହିଛନ୍ତି ଏହି ପେଟ୍ରୋଲ ପମ୍ପ ମ୍ୟାନେଜର ।

ଚାଷୀମାନଙ୍କର ଦୁଃସ୍ଥିତି କହିଲେ ନ ସରେ । ଜଣେ ଚାଷୀଙ୍କ କହିବା ଅନୁଯାୟୀ, ଆମ ପାଖରେ ଖାଇବାକୁ ନାହିଁ । ବିଜୁଳି, ଶିକ୍ଷା ଏବଂ ପୋଷାକର ବ୍ୟବସ୍ଥା କେମିତି କରିବୁ ?

 

Leave A Reply

Your email address will not be published.