Latest Odisha News

BREAKING NEWS

ନେହରୁ ସାଙ୍ଗିଆ ରଖିବା ନେଇ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଜବାବ; ଅଜାଙ୍କ ସାଙ୍ଗିଆ କେହି ଧାରଣ କରେ କି ?

ନୂଆଦିଲ୍ଲୀ: ଗୁରୁବାର ସଂସଦରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀ-ନେହେରୁ ପରିବାରକୁ ଟାର୍ଗେଟ୍ କହିଥିଲେ କେହି ନେହରୁ ସାଙ୍ଗିଆ ରଖୁ ନାହାନ୍ତି କାହିଁକି? ମୋଦୀଙ୍କର ଏହି ପ୍ରଶ୍ନର ପଲଟା ଜବାବ ଦେଇଛି କଂଗ୍ରେସ। ମୋଦୀଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ଜଣା ନାହିଁ ବୋଲି କଂଗ୍ରେସ ସାଂସଦ ରଣଦୀପ ସିଂହ ସୂର୍ଯେୱାଲା କହିଛନ୍ତି। ଶୁକ୍ରବାର ମୋଦୀଙ୍କ ପ୍ରଶ୍ନର ଏଭଳି ଜବାବ ଦେଇଛନ୍ତି ସୂର୍ଯେୱାଲା।

ସେ କହିଛନ୍ତି ଭାରତୀୟ ସଂସ୍କୃତିକୁ ଜାଣି ନଥିବା ଏକ ଅଜ୍ଞ ବ୍ୟକ୍ତି ହିଁ ଏତେବଡ଼ ପଦରେ ବସିଲେ ଏହିଭଳି କଥା କହିବ, ଯାହା ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ଯେ କୌଣସି ବ୍ୟକ୍ତିଙ୍କୁ ପଚାରନ୍ତୁ ଯେ ଅଜାଙ୍କ ସାଙ୍ଗିଆ କିଏ ବ୍ୟବହାର କରେ ? ଆଉ ଯଦି ତାଙ୍କୁ(ପ୍ରଧାନମନ୍ତ୍ରୀଙ୍କୁ) ଦେଶର ସଂସ୍କୃତି ସମ୍ପର୍କରେ ଜଣା ନାହିଁ ତେବେ ଏହି ଦେଶକୁ ଏବେ କେବଳ ଭଗବାନ ହିଁ ଚାହିଁଲେ ବଞ୍ଚାଇ ପାରିବେ ବୋଲି ସୂର୍ଯେୱାଲା କହିଛନ୍ତି।

ସୂଚନା ଥାଉକି, ଗୁରୁବାର ପ୍ରଧାନମନ୍ତ୍ରୀ ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ ଯେ ଯଦି ଆମେ କୌଣସି କାର୍ଯ୍ୟକ୍ରମରେ ନେହେରୁଙ୍କ ନାଁ ନ ଧରିଲୁ ତେବେ କିଛି ଲୋକଙ୍କର ଲହୁ ଗରମ ହୋଇଯାଏ। କିନ୍ତୁ ମୁଁ ବୁଝିପାରୁନି ଯେ ତାଙ୍କ ପିଢ଼ିର କୌଣସି ବ୍ୟକ୍ତି ନେହରୁ ସାଙ୍ଗିଆ ରଖିବାକୁ କାହିଁକି ଡରୁଛନ୍ତି? ଏଥିରେ ଲଜ୍ଜିତ ହେବାର କଣ ଅଛି? ଏତେବଡ଼ ବ୍ୟକ୍ତିତ୍ୱ ଯଦି ପରିବାରକୁ ମଞ୍ଜୁର ନୁହେଁ, ତେବେ ଆମର ହିସାବ ମାଗୁଛ? ବୋଲି ମୋଦୀ କହିଥିଲେ।

Leave A Reply

Your email address will not be published.