Latest Odisha News

BREAKING NEWS

ଭାଙ୍ଗିଲା ୩ ବର୍ଷର ରେକର୍ଡ: ଲଗାତାର ୯ମ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର: ଖାଉଟିଙ୍କ ଉପରେ ଚାବୁକ ମାଡ଼। ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ୯ମ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୭୬ ପଇସା ଓ ୭୨ ପଇସା ବୃଦ୍ଧି ପାଇଛି। ଭୁବନେଶ୍ୱରରେ ତୈଳ ଦର ୬୩ ପଇସା ବୃଦ୍ଧି ପାଇଛି । ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି।
ଲଗାତାର ୮୨ ଦିନ ଦର ସ୍ଥିର ରହିବା ପରେ ଗତ ରବିବାର ଦିନ ପ୍ରଥମ ଥର ପାଇଁ ତୈଳ ଦର ବୃଦ୍ଧି କରାଯାଇଥିଲା। ୯ ଦିନ ଭିତରେ ତୈଳ ଦର ୫ ଟଙ୍କା ବୃଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶ।
ଆଜିର ତୈଳ ଦର ବୃଦ୍ଧି ଫଳରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୬ ଏବଂ ଡିଜେଲ ୭୨ ଟଙ୍କା ହୋଇଯାଇଛି ।

Leave A Reply

Your email address will not be published.