Latest Odisha News

BREAKING NEWS

ପେଟ୍ରୋଲ ଦରରେ ୨୨ ପଇସା ହ୍ରାସ

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ତେଲ ଦର ହ୍ରାସ ପାଉଥିଲା ବେଳେ ରବିବାର ଦିନ ପୁଣିଥରେ ପେଟ୍ରୋଲ ମୂଲ୍ୟ ୨୨ପ. ଖସିଛି । ଫଳରେ ନୂଆବର୍ଷ ପୂର୍ବରୁ ସାଧାରଣ ଜନତାଙ୍କୁ କିଛିଟା ଆଶ୍ୱସ୍ଥୀ ମିଳିଛି ।

ଏଥିସହିତ ଚଳିତ ମାସରେ ପେଟ୍ରୋଲ ଦର ୪ ଟଙ୍କା କମିଛି । ରବିବାର ଦିନ ଡିଜେଲ ଦର ଲିଟର ପିଛା ୨୩ରୁ ୨୫ ପ. ହ୍ରାସ ପାଇଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା ଟ୭୧.୧୫ପ. ରହିଥିବାବେଳେ ଦିଲ୍ଲୀରେ ଟ୬୯.୯୪ପ.ରେ ପହଞ୍ଚିଛି । ସେହିପରି ଡିଜେଲ ଦର କୋଲକାତା ଏବଂ ଦିଲ୍ଲୀରେ ଯଥାକ୍ରମେ- ୬୪.୮୪ ଓ ୬୬.୩୨ ଟଙ୍କା ରହିଛି ।

ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ବୃଦ୍ଧି ପାଉଥିବାବେଳେ ଅକ୍ଟୋବର ମାସରୁ ତୈଳ ଦର କ୍ରମେ ହ୍ରାସ ଘଟିବାରେ ଲାଗିଛି । ମୋଟାମୋଟି ଭାବେ କହିବାକୁ ଗଲେ ଗତ ଅକ୍ଟୋବର ୧୮ ତାରିଖରୁ ପେଟ୍ରୋଲ ଦର ସମୁଦାୟ ଲିଟର ପିଛା ୧୩ ଟଙ୍କା ୭୯ ପଇସା ହ୍ରାସ ପାଇଛି କିନ୍ତୁ ଅଗଷ୍ଟ ମାସର ମଧ୍ୟ ଭାଗରୁ କ୍ରମାଗତ ଭାବେ ତୈଳଦର ବୃଦ୍ଧି ଘଟିବାର ଦେଖାଯାଇଥିଲା ।

ତେବେ ତୈଳ ଉଦ୍ୟୋଗର ଆକଳନ ଅନୁଯାୟୀ ଆଗାମୀ କିଛି ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ପୁଣି ହ୍ରାସ ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ଆନ୍ତର୍ଜାତୀକ ତୈଳ ବଜାରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ତଥା ଆମେରିକୀୟ ଡଲାର ଦରରେ ବ୍ୟତିକ୍ରମ ଯୋଗୁଁ ଭାରତୀୟ ଖୁଚୁରା ତୈଳ ବିକ୍ରୟ ମୂଲ୍ୟରେ ବୃଦ୍ଧି ବା ହ୍ରାସ ଘଟୁଛି ।

ଏତଦବ୍ୟତୀତ ଦେଶର ଅଧିକାଂଶ ଆବଶ୍ୟକତା ତୈଳ ଆମଦାନୀ ଦ୍ୱାରା ଚାହିଦା ମେଣ୍ଟିଥାଏ ।

Leave A Reply

Your email address will not be published.