Latest Odisha News

BREAKING NEWS

ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିରେ ବୃଦ୍ଧି ପାଇଛି ମାତ୍ର ୨. ୮୧ ଲକ୍ଷ ଟଙ୍କା

ଭୁବନେଶ୍ୱର : ବିଗତ ୧ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ମାତ୍ର ୨.୮୧ ଲକ୍ଷ ଟଙ୍କା ବୃଦ୍ଧି ପାଇ ଏବେ ତାଙ୍କର ସମ୍ପତ୍ତି ମୂଲ୍ୟ ୪୯.୨୫ କୋଟି ଟଙ୍କାରେ ପହଞ୍ଚିଛି । ଯେଉଁଥିରେ ଭଉଣୀ ଗୀତାଙ୍କ ଠାରୁ ଆଣିଥିବା ୧୫ ଲକ୍ଷ ଟଙ୍କାର ଋଣରାଶୀ ମଧ୍ୟ ସାମିଲ ଅଛି ।

ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନେ ୨୦୧୭-୧୮ ଆର୍ଥିକ ବର୍ଷରେ ନିଜ ନିଜର ସମ୍ପତ୍ତି ତାଲିକା ସାର୍ବଜୈନିକ କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଚଳ ଓ ଅଚଳ ସମ୍ପତ୍ତି ୪୯,୨୫,୦୨,୬୪୭ ରହିଥିବା ନେଇ ଜଣାପଡିଛି ।

ଏହି ସମ୍ପତ୍ତି ତାଲିକାରେ ଭଉଣୀ ଗୀତାଙ୍କ ଠାରୁ ଆଣିଥିବା ୧୫ ଲକ୍ଷ ଟଙ୍କାର ଋଣ ମଧ୍ୟ ସାମିଲ ଅଛି, ଯାହାକୁ ଫେରସ୍ତ କରାଯିବ ।

ଅନ୍ୟପକ୍ଷରେ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୫.୩୮ କୋଟି ରହିଥିବାବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତଙ୍କ ସମ୍ପତ୍ତି ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଅପରିବର୍ତ୍ତିତ ରହିଛି । ଏଥିସହିତ ଅନେକ ମନ୍ତ୍ରୀଙ୍କ ସମ୍ପତ୍ତି ୨ଲକ୍ଷରୁ ୨୦ ଲକ୍ଷ ଟଙ୍କା ଯାଏଁ ବୃଦ୍ଧି ପାଇଛି ।

ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସମ୍ପତ୍ତି ୨.୯୩ କୋଟି ଟଙ୍କା ରହିଛି । ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କର ଓ ପାରିବାରିକ ସମ୍ପତ୍ତିକୁ ମିଶାଇ ପ୍ରାୟ ୫.୩୩ କୋଟି ଟଙ୍କା ବୋଲି ଜଣାପଡିଛି ।

ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ମଧ୍ୟରେ ୨୨.୭ ଏକରର ଚାଷ ଜମି ଏବଂ ହରିୟାଣାର ଫରିଦାବାଦସ୍ଥିତ ଟିକ୍ରିଖେଡା ଗ୍ରାମରେ ଏକ ଘର ରହିଛି । ଅଚଳ ସମ୍ପତ୍ତି ମଧ୍ୟରେ ନବୀନ ନିବାସର ଦୁଇ ତୃତୀୟାଂଶ ଭାଗ ଏବଂ ନୂଆଦିଲ୍ଲୀର ଏପିଜି ଅବଦୁଲ କଲାମ ରୋଡସ୍ଥିତ ଏକ ସମ୍ପତ୍ତିରେ ୫୦% ଭାଗ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶା ଓ ନୂଆଦିଲ୍ଲୀ ବ୍ୟାଙ୍କରେ ୨୭.୩୮ ଲକ୍ଷ ଟଙ୍କା ଓ ୨.୨୧ ଲକ୍ଷ ମୂଲ୍ୟର ଗହଣା ଜମା ରହିଛି ।

ସେହିପରି ତାଙ୍କ ନିକଟରେ ୧୯୮୦ ମସିହାର ଏକ ଆମ୍ବାସଡର କାର ରହିଛି, ଯାହାର ଆନୁମାନିକ ମୂଲ୍ୟ ୮,୯୦୫ ଟଙ୍କା ହେବ ।

Leave A Reply

Your email address will not be published.