Latest Odisha News

BREAKING NEWS

ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣା: ସରକାର ଗ୍ରହଣ କରିଥିବା ପଦକ୍ଷେପର ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ

ନୂଆଦିଲ୍ଲୀ: ଗତ ୭ତାରିଖ ଅପରାହ୍ନରେ ଭୁବନେଶ୍ୱର ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଜାତୀୟ ମାନବାଧିକାର କମିଶନ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟର ସଚିବ ଏବଂ ରାଜ୍ୟ ସରକାର ମୂଖ୍ୟ ଶାସନ ସଚିବଙ୍କୁ ରିପୋଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାନବାଧିକର କର୍ମି ତଥା ସୁପ୍ରିମ କୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ ପିଟିସନ ଆଦାରରେ ଆଗାମୀ ୪ ସପ୍ତାହରେ ଉପରୋକ୍ତ ଅଧିକାରୀ ମାନେରିପୋର୍ଟ ଦାଖଲ କରିବାକୁ ଏନ୍‌.ଏଚ.ଆର.ସି କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିସ୍ପୋରଣରେ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଥିବା ସତ୍ୟ ନାୟକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ଉତ୍ତରପ୍ରଦେଶ ଲକ୍ଷେ୍ନାର ୪୦ ବର୍ଷୟ ରିପୁ ଦାମନ ଚିକିତ୍ସାଧିନ ଅଛନ୍ତି ।

ସପୃକ୍ତ ପେଟ୍ରୋଲ ପମ୍ପର ଅନ୍ୟତମ କର୍ମଚାରୀ ସିମାଚଂଳଙ୍କର ମ୍ମ ଖୋଜ ଖବର ମିୂୁନାହି । ରାଜ୍ୟ ସରକାରୀ ଅଧିକାରୀ ଠାରୁ ମ୍ମ ତାଙ୍କ ସଂପର୍କରେ କେହାଣସି ସୁଚନା ଦିଆଯାଉନାହିଁ । ତାଙ୍କୁ ବିସ୍ପୋରଣ ପରେ କୈାଣସି ମେଡିକାଲରେ ପରିବାର ଲୋକେ ନପାଇ ଶେଷରେ ପୁଲିସରେ ନିଖୋଜ ଥିବା ଏକ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଆଉ କେତେ ଜଣ ନିଖୋଜ ଥିବା ଅନେକ ପରିବାର ଅଭିଯୋଗ କରି ବିଭିନ୍ନ ଥାନାରେ ମାମଲା ଦାୟର ହୋଇଛି । ଏଥିରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ ବୋଲି ଆବେଦନକାରୀ କମିଶନଙ୍କ ନିକଟରେନିବେଦନ କରିଛନ୍ତ ।

Leave A Reply

Your email address will not be published.