Latest Odisha News

BREAKING NEWS

‘ସ୍ପୁଟ୍‌ନିକ ଭି’ ପରେ ଜୁଲାଇରେ ଭାରତକୁ ମିଳିପାରେ ଆଉ ଏକ ବିଦେଶୀ ଟିକା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସରୁ ଭାରତୀୟଙ୍କୁ ମିଳିପାରେ ଫାଇଜର୍‌ ଟିକା। ଏ ନେଇ ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ ପଲ୍‌ କହିଛନ୍ତି ଯେ ଆମେ ଫାଇଜର ସହିତ ଆଲୋଚନା ଜାରି ରଖିଛୁ ଏବଂ ବିଦେଶୀ ଟିକା ନିର୍ମାତା କମ୍ପାନି ଆସନ୍ତା ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଟିକା ଉପଲବ୍ଧ କରିବାକୁ ସେ ସୂଚାଇ ଦେଇଛନ୍ତି। ସମ୍ଭବତ ଜୁଲାଇରୁ ଏହା ଆରମ୍ଭ ହେବ ବୋଲି ସେ କହିଛନ୍ତି।

“ସରକାରଙ୍କ ଠାରୁ ସେମାନଙ୍କର ଆଶା କ’ଣ ତାହା ଆମେ ଦେଖୁଛୁ ଏବଂ ସେମାନଙ୍କ ଠାରୁ ଆମର ଆଶା କ’ଣ ତାହା ସେମାନେ ଦେଖୁଛନ୍ତି। କାରଣ ସେମାନଙ୍କୁ ଭାରତ ଆସି ଭାରତରେ ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡିବ। ଆମେ ଏହାର ଅଧିକ ଯାଞ୍ଚ କରୁଛୁ ଏବଂ ଲୋକଙ୍କ ସ୍ୱାର୍ଥ ଏବଂ ଯୋଗ୍ୟତାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବୁ। ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ପଲ୍‌ କହିଛନ୍ତି।

ଫାଇଜର ଚଳିତ ବର୍ଷ ଜୁଲାଇରୁ ଅକ୍ଟୋବର ମଧ୍ୟରେ ଭାରତକୁ ୫ କୋଟି ଡୋଜ ଦେବାକୁ ପ୍ରସ୍ତୁତ ଥିବା ସୂଚନା ମିଳିଛି।

Leave A Reply

Your email address will not be published.