Latest Odisha News

BREAKING NEWS

ରିପୋର୍ଟ ଦାଖଲ ପରେ ମିଳିବ ସହାୟତା ରାଶି

ଭୁବନେଶ୍ୱର: ବାତ୍ୟା ଛାଡ଼ିଯାଇଛି । ହେଲେ ବହୁତ୍ କ୍ଷୟ କ୍ଷତି କରିଛି ବାତ୍ୟା ୟାସ୍ । ଏନେଇ ଶୁକ୍ରବାର ଏସଆରସିଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ୟାସ୍ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ । କ୍ଷୟକ୍ଷତି ସମ୍ପର୍କିତ ପ୍ରାଥମିକ ରିପୋର୍ଟ ସନ୍ଧ୍ୟା ସୁଦ୍ଧା ଦାଖଲ କରିବାକୁ ଏସଆରସି ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ଯୋଗୁ ଲୋକଙ୍କ ଘର ଦ୍ବାର ଭାଙ୍ଗି ଯାଇଥିବା ବେଳେ ଏବେ ବି ଲୋକେ ପାଣି ଘେରରେ ରହିଛନ୍ତି । ଖାଲି ସେତିକି ନୁହେଁ ବାତ୍ୟା ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛି କୃଷି କ୍ଷେତ୍ର । ଅନେକ ସ୍ଥାନରେ ଚାଷ ଜମିରେ ପାଣି ପଶି ଯାଇଥିବାରୁ ଚାଷୀ ମାନେ କ୍ଷତି ସହିଛନ୍ତି । ଏକର ଏକର ଚାଷ ଜମି ଉଜୁଡି ଯାଇଛି । ତେବେ ଏସମ୍ପର୍କରେ ଆକଳନ କରି ଆଜି ରିପୋର୍ଟ ଦେବାକୁ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି ।

ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନିକଟରେ ପ୍ରାଥମିକ ରିପୋର୍ଟ ଦାଖଲ ହେବ । ଏଥିପାଇଁ କୃଷି ଓ ମତ୍ସ୍ୟ ପଶୁପାଳନ ବିଭାଗର କ୍ଷେତ୍ର ଅଧିକାରୀ ଗ୍ରାଉଣ୍ଡକୁ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି । ସମ୍ପୁର୍ଣ୍ଣ ରିପୋର୍ଟ ଆସିବା ପରେ ସମସ୍ତଙ୍କୁ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ଜଣା ଯାଇଛି । ଘରଦ୍ୱାର ହରାଇଥିବା ଲୋକଙ୍କ ଖ୍ୟାତି ଆକଳନ କରାଯାଇ ସମସ୍ତ ସହଯୋଗ କରାଯିବ ।

Leave A Reply

Your email address will not be published.