ନୂଆଦିଲ୍ଲୀ: କିଏ ଜିତିବ ବିହାର ନିର୍ବାଚନ ? ଏହାକୁ ନେଇ ପୂରା ଦେଶରେ ଲୋକଙ୍କ ଭିତପେ ଉତ୍ସାହ ରହିଛି । ଏହାରି ଭିତରେ ଅନେକ ନଜର ରହିଛି ରାଜସ୍ଥାନର ଫଲୋଦୀ ସଟ୍ଟା ବଜାର ଉପରେ । କାହିଁକି ନା ଆମ ଦେଶରେ ଯେତେବେଳେ ବି କୌଣସି ସ୍ଥାନରେ ବଡ଼ ନିର୍ବାଚନ ହେବାକୁ ଥାଏ, ସେତେବେଳେ ଫଲୋଦୀ ସଟ୍ଟା ବଜାର ଭବିଷ୍ୟତବାଣୀକୁ ନେଇ ଖୁବ ଚର୍ଚ୍ଚା ହୁଏ । ଏବେ ଆସନ୍ତୁ ଜାଣିବା ଏହି ବଜାରର ଭବିଷ୍ୟବାଣୀ କ’ଣ କହୁଛି…
ଫଲୋଦୀ ସଟ୍ଟା ବଜାର ଅନୁଯାୟୀ ଏନଡିଏ ବିହାରରେ ପରବର୍ତ୍ତୀ ସରକାର ଗଠନ ଦୌଡ଼ରେ ସବୁଠାରୁ ଆଗରେ ରହିଛି। ବଜାର ଅନୁଯାୟୀ ଏନଡିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ଦାବିଦାର ଭାବେ ନୀତିଶ କୁମାରଙ୍କୁ ପୂର୍ଣ୍ଣ ସମର୍ଥନ ମିଳୁଛି। ସଟ୍ଟାବାଜମାନେ ଏନଡିଏର ବିଜୟ ଉପରେ ପ୍ରତି ୧୦୦୦ ଦାମରେ ୨୦୦୦ ରିଟର୍ଣ୍ଣ ଦେଉଛନ୍ତି। ଫଲୋଦୀ ସଟ୍ଟା ବଜାର ଅନୁଯାୟୀ ଏନଡିଏକୁ ୧୨୮ରୁ ୧୩୨ ଆସନ ମିଳିବାର ଅନୁମାନ କରାଯାଉଛି, ସେହିପରି ମହାଗଠବନ୍ଧନକୁ ୯୭ରୁ ୧୦୦ ଆସନ ମିଳିପାରେ।
ସଟ୍ଟା ବଜାରରେ ନୀତିଶ କୁମାରଙ୍କ ବ୍ୟକ୍ତିଗତ ଭାବ ୪୦ରୁ ୪୫ ପଇସା ମଧ୍ୟରେ ରହିଛି। ଏହି ସମୟରେ କଂଗ୍ରେସ ସମର୍ଥିତ ମହାଗଠବନ୍ଧନ ଲଗାତାର ହ୍ରାସ ଦେଖାଯାଉଛି। ସଟ୍ଟାବାଜମାନଙ୍କ ଅନୁମାନ ଅନୁଯାୟୀ ଏହା ୯୩ରୁ ୯୬ ଆସନ ମଧ୍ୟରେ ରହିବ। ଏହି ସମୟରେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ନିର୍ବାଚନ ପ୍ରଚାର ତୀବ୍ର ହେବା ସହିତ ଆଗାମୀ ଦିନମାନଙ୍କରେ ଆସନ ଅନୁଯାୟୀ ଡିମାଣ୍ଡ ଖୋଲିବାକୁ ଲାଗିବ।
ଫଲୋଦୀ ସଟ୍ଟା ବଜାରରେ ଭାବ ନିର୍ଦ୍ଧାରଣ ପ୍ରକ୍ରିୟା ଅନେକ ଜିନିଷ ଉପରେ ନିର୍ଭର କରିଥାଏ। ଏଥିରେ ସବୁଠାରୁ ପ୍ରଥମ ଏବଂ ପ୍ରଭାବଶାଳୀ କାରକ ହେଉଛି ଜନତାଙ୍କ ଭାବନା। ଫଲୋଦୀ ବଜାର ମତଦାତାଙ୍କ ମୁଡ୍ ଉପରେ ଫୁଲୁଛି। ଏହା ସବୁ ସୋସିଆଲ ମିଡିଆରେ ଆଲୋଚନା, ସ୍ଥାନୀୟ ରାଲି ଏବଂ ରାଜନୈତିକ ବାଦବିବାଦ ଉପରେ ନିର୍ଭର କରିଥାଏ। ଯେଉଁ ଦଳ କିମ୍ବା ପ୍ରାର୍ଥୀଙ୍କୁ ଜନତାର ଯେତେ ଅଧିକ ସମର୍ଥନ ମିଳୁଛି, ତାଙ୍କର ଡିମାଣ୍ଡ ସେତେ ଅଧିକ ମଜବୁତ୍ ରହୁଛି।
ଏହା ସହିତ ଫଲୋଦୀର ଦାମ ରାଜନୈତିକ ଘଟଣାକ୍ରମ ପ୍ରତି ମଧ୍ୟ ଯଥେଷ୍ଟ ସମ୍ବେଦନଶୀଳ। ଘୋଷଣାପତ୍ର ଜାରି ହେବାରୁ ଆରମ୍ଭ କରି ଗଠବନ୍ଧନ ଘୋଷଣା, ଭାଷଣ ଏବଂ ରାଲି ପର୍ଯ୍ୟନ୍ତ ଯେକୌଣସି ବଡ଼ ଘୋଷଣା କିମ୍ବା ବିବାଦ ରାତାରାତି ଦାମରେ ଓଲଟପାଲଟ କରିପାରେ । ଏହା ସହିତ ଫଲୋଦୀ ସଟ୍ଟା ବଜାର ପୁରୁଣା ନିର୍ବାଚନୀ ତଥ୍ୟ ଏବଂ ମତଦାତା ବ୍ୟବହାରର ଅଧ୍ୟୟନ ମଧ୍ୟ କରିଥାଏ।
ଏହା ସହିତ ଦାମ ଉପରେ ଲଗାଯାଇଥିବା ଧନରାଶିର ପରିମାଣ ମଧ୍ୟ ବଡ଼ ଭୂମିକା ନିର୍ବାହ କରିଥାଏ। ଯଦି ଯଥେଷ୍ଟ ସଂଖ୍ୟକ ଲୋକ କୌଣସି ଏକ ଦଳ ଉପରେ ଟଙ୍କା ଲଗାଇବାକୁ ଆରମ୍ଭ କରନ୍ତି, ତେବେ ସଟ୍ଟାବାଜମାନେ ବିପଦକୁ ସନ୍ତୁଳନ କରିବା ପାଇଁ ଦରକୁ ସମାୟୋଜିତ କରିପାରନ୍ତି। ଯଦିଓ ଏହି ସଟ୍ଟା ବଜାର ନିଜର ସଠିକତା ପାଇଁ ଧ୍ୟାନ ଆକର୍ଷଣ କରିଥାଏ, କିନ୍ତୁ ଭାରତୀୟ ଆଇନ ଅନୁଯାୟୀ ଏହା ଅବୈଧ।
BREAKING NEWS
- ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ପରିସ୍ଥିତି; ଗଞ୍ଜାମକୁ ସମସ୍ତ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି
- ଏସିଆନ୍ ଚାମ୍ପିୟନ୍ସ ଟ୍ରଫି: ଷଷ୍ଠ ଥର ଚାମ୍ପିୟନ୍ ହେଲା ଭାରତ; ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରାଙ୍କ କମାଲ
- ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍ ଦିଲ୍ଲୀରୁ ବିଶାଖାପାଟନମ୍ ସ୍ଥାନାନ୍ତରିତ
- European flights get bomb threats:ୟୁରୋପରେ ବୋମା ଧମକକୁ ନେଇ ଆତଙ୍କ! ୧୨ବିମାନର ଗତିପଥ ବଦଳିଲା,ବିମାନବନ୍ଦରରେ ଜରୁରୀକାଳୀନ ସ୍ଥିତି
- ଟିପିଏନଓଡିଏଲ୍ ପକ୍ଷରୁ ‘ଉର୍ଜା ମେଳା’ ଆୟୋଜିତ; ବିଜ୍ଞାନ, ନବସୃଜନ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ
- ଗିଡ଼ିପାବାଲିରୁ ଆଉ ୨ ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି
- ବାତ୍ୟା ଅର୍ଣ୍ଣବ ପ୍ରଭାବିତ ଗଞ୍ଜାମକୁ ରିଲିଫ୍ ପଠାଇଲା ହିଣ୍ଡାଲକୋ
- ରଣଜୀ ଟ୍ରଫି: ସ୍ୱସ୍ତିକ ସାମଲଙ୍କ ସଂଘର୍ଷପୂର୍ଣ୍ଣ ୮୦ ରନ୍; ଓଡ଼ିଶା-ଝାଡ଼ଖଣ୍ଡ ମ୍ୟାଚ୍ ଡ୍ର
- ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପର ପ୍ରଭାବ, ଆସନ୍ତା ୨୪ ଘଣ୍ଟାରେ ଏହି ସ୍ଥାନରେ ବର୍ଷା ସମ୍ଭାବନା…
- ବର୍ଷାରେ ନଷ୍ଟ ହୋଇଗଲା ଧାନ ଫସଲ;ଚିନ୍ତାରେ ଯୁବ ଚାଷୀ କଲେ ଆତ୍ମହତ୍ୟା !
Comments are closed.