Latest Odisha News

BREAKING NEWS

ଟ୍ରକ୍ ଧକ୍କାରେ ଯୁକ୍ତ ୨ ଛାତ୍ର ମୃତ, ରାସ୍ତା ଅବରୋଧ କଲେ ଲୋକେ…

ଅନୁଗୋଳ: ଅନୁଗୋଳ ଜିଲ୍ଲାର ଜରପଡ଼ାରେ ଶନିବାର ଦିନ ସାଇକେଲ ଚଲାଉଥିବା ସମୟରେ ଟ୍ରକ୍ ଧକ୍କାରେ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଜରପଡ଼ାର ପତିତପାବନ ମହାବିଦ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାମ ହିତେଶ ସାହୁ, ବୟସ ପ୍ରାୟ ୧୬ ବର୍ଷ। ସେ ଜରପଡ଼ା ଥାନା ସୀମା ଅନ୍ତର୍ଗତ ଟୁକୁଡା ଗାଁର ବାସିନ୍ଦା।

ହିତେଶ କ୍ଲାସ ସାରି ଘରକୁ ଫେରୁଥିବା ବେଳେ ସାଇକେଲରେ ଜାତୀୟ ରାଜପଥ-୫୫ ପାର ହେଉଥିବା ବେଳେ ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ପାଇବା ପରେ ଏକ ପୋଲିସ ଟିମ୍ ଘଟଣାସ୍ଥଳ ପହଞ୍ଚି ଟ୍ରକଟିକୁ ହେପାଜତକୁ ନେଇଛି।

ଏହି ଦୁର୍ଘଟଣାରେ ଉତ୍ତ୍ୟକ୍ତ ହୋଇ କଲେଜର ଛାତ୍ର ଏବଂ ସ୍ଥାନୀୟ ଲୋକମାନେ ଜାତୀୟ ରାଜପଥ-୫୫ ଅବରୋଧ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଯାହା ଫଳରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା।

Leave A Reply

Your email address will not be published.