Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରାଣ ହିଁ ଜଗନ୍ନାଥ। ବିଭିନ୍ନ ପ୍ରକାର ଶରୀର (ଦେହ )ମାନଙ୍କ ମଧ୍ୟରେ ଆତ୍ମା ନିତ୍ୟ ବସ୍ତୁ ହିସାବରେ ବିରାଜମାନ କରିଥାଏ । ଏହି ପ୍ରାଣ (ଆତ୍ମା), ଆମର ଜଡ଼ ଦେହକୁ ଜୀବନ ପ୍ରଦାନ କରି ଚଳଚଞ୍ଚଳ କରେ । ମନ, ବୁଦ୍ଧି, ଚିତ୍ତ, ଓ ଇନ୍ଦ୍ରିୟ ସକଳକୁ କ୍ରିୟାଶୀଳ କରେ, ପରିସୁଦ୍ଧ କରେ, ତେଣୁ ଶାସ୍ତ୍ର କହେ ” ପ୍ରାଣେl ହି ଭଗବାନିଶ ପ୍ରାଣ ବିଷ୍ଣୁ ପିତାମହଃ, ପ୍ରାଣେନ ଧାର୍ଯ୍ୟତେ ଲୋକଃ ସର୍ବଂ ପ୍ରାଣମୟଂ ଜଗତ । ”

ସାଧନା ଦ୍ୱାରା ସମଗ୍ର ପ୍ରାଣକୁ ଭଗବତ ଚେତନାରେ ପରିପୂର୍ଣ କରି , ମନ, ବୁଦ୍ଧି ଓ ଚିତ୍ତକୁ ଶୁଦ୍ଧି କରାଯାଇ, ଏ ସାରା ଜଗତକୁ କେବଳ ଆତ୍ମାମୟ ଭାବରେ ଦେଖିହେବ. ଅନିତ୍ୟ ଶରୀରର ଅଭିମାନ ତ୍ୟାଗ କରିହେବ । ସେଥିପାଇଁ ଶ୍ରୀମଦ ଭାଗବତ କହେ :

ଏଣୁ ସୁମନେ ବିଚାର,
ଚଞ୍ଚଳ ଚିତ୍ତ ସ୍ଥିର କର ।।
ସର୍ବ ଇନ୍ଦ୍ରିୟ ମନ ରୁନ୍ଧି,
ନିୟତ କର୍ମେ ଦେଇ ବୁଦ୍ଧି ।।
ଆତ୍ମା କୁ ଦେଖ ସର୍ବମୟେ,
ବିବେକ ସୁଜ୍ଞାନ ଉଦୟେ ।।

ଏହାକୁ ସରଳ ଭାବରେ କହିଲେ ଭଗବାନ ହିଁ ସକଳ ପ୍ରାଣୀଙ୍କ ଆତ୍ମା ସ୍ୱରୂପ ବିଦ୍ୟମାନ, ଅବା ସକଳ ପ୍ରାଣୀଙ୍କ ଆତ୍ମା ହିଁ ଭଗବତ ଅଂଶ ବିଶେଷ । ଏଥର ପ୍ରାଣ (ଆତ୍ମା )ହିଁ ଜଗନ୍ନାଥ (ଭଗବାନ )ଜ୍ଞାନରେ, ନିଜର ଅହଂକାର (ଶରୀର ବୋଧ କୁ ଭୁଲି ଜପନ୍ତୁ ଓଁ ନମୋ ଭଗବତେ ବାସୁଦେବାୟ, ନିଶ୍ଚୟ କିଛି ଅଲଗା ଉପଲବ୍ଧି ହେବ । ଜୟ ଜଗନ୍ନାଥ

Leave A Reply

Your email address will not be published.