Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୨

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଏଠାରେ (ରତ୍ନ ସିଂହାସନରେ )ସପ୍ତାବରଣ ଯୁକ୍ତ ଯଥା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା ସୁଭଦ୍ରା ସୁଦର୍ଶନ, ଶ୍ରୀଦେବୀ, ଭୁଦେବୀ, ମାଧବ ବା ହ୍ରସ୍ୱ ନୀଳମାଧଵ. କିନ୍ତୁ ସ୍ୱୟଂ ପରମା ଶକ୍ତି ମlୟା-ପ୍ରକୃତି ରୂପିଣୀ ହୋଇ ସୃଷ୍ଟି ନିର୍ମାଣ ପ୍ରକ୍ରିୟାର କାରଣ ହୋଇଛନ୍ତି। ଅନେକ ଶାସ୍ତ୍ର, ପୁରାଣ ଏହାର ବର୍ଣ୍ଣନା କରିଛନ୍ତି । ତେବେ “ମହାପୁରୁଷବିଦ୍ୟା “କହେ “ସପ୍ତାବରଣ ସଂଯୁକ୍ତଂ ତୁ ସଦେବାସୁରମlନୁଷମ, ତଥା ସା ପ୍ରକୃତି ସୁକ୍ଷ୍ମl ହରେରାଜ୍ଞାନୁକାରିଣୀ ଚକାରାଣ୍ଡ ସହସ୍ରlଣୀ କୋଟି କୋଟି ଶତlନୀ ଚ, ଅଥଂ ଦେବଂ ଜଗନ୍ନାଥଂ ଗତ୍ବl ନୀଳାଦ୍ରି-ନାୟକମ। “ହରି (ଶ୍ରୀଜଗନ୍ନାଥ )ଆଦେଶ ପାଳନରେ ତତ୍ପର ମାୟା ପ୍ରକୃତି (ଯୋଗମାୟା ) କୋଟି କୋଟି ଶତସହସ୍ର ଡିମ୍ବାକୃତି ପୃଥିବୀ (ଗ୍ରହ, ନକ୍ଷତ୍ର )ସୃଷ୍ଟି କଲେ। ମହାପ୍ରଭୁ ନିଜ ବିଶାଳ ସ୍ୱରୂପର ପ୍ରତ୍ୟେକ ଲୋମ କୁପରେ ଏହି ବ୍ରହ୍ମlଣ୍ଡମାନ ସ୍ଥାପନ କରିଲେ। ଶେଷରେ ପୁନଶ୍ଚ ପ୍ରକୃତି ସ୍ୱରୂପାଙ୍କୁ ଜାଗ୍ରତ କରାଇ କହିଲେ ହେ ମାୟା ସ୍ୱରୂପିଣୀ ତୁମେ ଶୀଘ୍ର ସର୍ବବ୍ରହ୍ମlଣ୍ଡକୁ ମାୟାବର୍ତ୍ତରେ ପକାଇ ଭ୍ରମିତ କର ।

“ଲୋକେନ ମୋହୟ ଶୀ6ଘ୍ରନ ସର୍ବବ୍ରହ୍ମlଣ୍ଡଗାନ ଶୁଭେ । “ ସଙ୍ଗେ ସଙ୍ଗେ ଯୋଗମାୟା ଜୀବମାନଙ୍କୁ ବିଷ୍ଣୁ ମାୟାରେ ମୋହିତ କଲେ ଏବଂ ସୃଷ୍ଟି ପ୍ରକରଣ ରହସ୍ୟ, କେବଳ ରହସ୍ୟ ହୋଇ ରହିଲା। ସେ ମାୟା ଜୀବଙ୍କୁ ଏତେ ମାତ୍ରାରେ ବିମୋହିତ କଲା ଯେ ସେହି ଜୀବ ନିଜ ଇଛାରେ ପରଂବ୍ରହ୍ମଙ୍କ ସ୍ୱରୂପ ଚିନ୍ତା କରି ବିଗ୍ରହ ରୂପ ଦେଲା ଓ ଉପାସନା କଲା। ଏହାହିଁ ସୃଷ୍ଟିର ବୈଚିତ୍ରତା। ମହାପୁରୁଷ ବିଦ୍ୟା ଓ ବାମଦେବ ସଂହିତା, ଦୁଇଟି ଯାକ ଗ୍ରନ୍ଥ ସମସlମୟିକ ହୋଇଥିବାରୁ, ଦୁଇଟିଯାକ ଗ୍ରନ୍ଥରେ ଏହି ବିଷୟ ଉଲେଖ୍ୟ ଅଛି। ଏହା ମଧ୍ୟ ବର୍ଣ୍ଣିତ ଯେ ପରଂବ୍ରହ୍ମ ସୃଷ୍ଟିର ପ୍ରଥମପରାର୍ଧରେ ନୀଲେନ୍ଦ୍ରିମଣି ନୀଳମାଧଵ ଓ ଦ୍ଵିତୀୟ ପରାର୍ଧରେ ଦିବ୍ୟଦାରୁ ମୂର୍ତ୍ତି ଶ୍ରୀଜଗନ୍ନାଥ ରୂପେ ଅବସ୍ଥାନ କରିବେ, ସ୍କନ୍ଦ ପୁରାଣ ମଧ୍ୟ ଏହି ତଥ୍ୟକୁ ଅନୁମୋଦନ କରେ ।

“ନୀଳମାଧବ ରୁପେଣ ସ୍ଥିତଂ ସ୍ୟାତ ପୁରୁଷୋତ୍ତମେ, ସ ତୁ ତେନୈବ ରୁପେଣ ପୂର୍ବାଧେ ବ୍ରାହ୍ମଣ ସ୍ଥିତଃ ରାଧେ ସ ଜଗନ୍ନାଥ ସ୍ଥିତୋ ଭବତୀ ପାର୍ବତୀ, ତ୍ରୀପୁରେଣ ପୂରା ଦେବା କ୍ଳେଶୀତା ମମ ପୂଜକଃl (ବାମଦେବ ସଂହିତା )। ସେ ଯାହା ବି ହେଉ ବର୍ତ୍ତମାନ ଆମେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ କେବଳ ଦାରୁ ବିଗ୍ରହ ବା ପ୍ରତିମା ଜ୍ଞାନ ନକରି ତାଙ୍କୁ (ଶ୍ରୀଜଗନ୍ନାଥ )ଙ୍କୁ ପରଂବ୍ରହ୍ମ ରୂପେ ଜ୍ଞାନ କରିବା ଆବଶ୍ୟକ। ଏପରି ଜ୍ଞାନ ହିଁ ଜୀବକୁ ଜୀବନ ମୁକ୍ତ କରେ। ଅବଶ୍ୟ ଶାସ୍ତ୍ର କହିଛି କେବଳ ଦର୍ଶନ ମାତ୍ରେ ଜୀବ ଜୀବନମୁକ୍ତ ହୋଇଯାଏ। “ଦୃଷ୍ଟୱା ଦାରୁମୟଂ ବ୍ରହ୍ମ କର୍ମରାଶି ଦବାନଲମ, ଜୀବନମୁକ୍ତ୍ୱl ଭବନ୍ତବ୍ୟ ଜୀବlସ୍ତେ ମୁନି ସତମ ” (ମହାପୁରୁଷ ବିଦ୍ୟା )। ତଥାପି ମୁଁ କହିବି କେବଳ ଦର୍ଶନ ନୁହେଁ ପରଂବ୍ରହ୍ମଙ୍କ ବିଷୟରେ ପ୍ରକୃତ ଜ୍ଞାନ ହିଁ ଆମକୁ ଜୀବନ ମୁକ୍ତ କରିବ। ସେଥିପାଇଁ ତ ଆମର ଏ ପ୍ରଚେଷ୍ଟା।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed, but trackbacks and pingbacks are open.