Latest Odisha News

BREAKING NEWS

କେଉଁ କାରଣ ପାଇଁ ସୋମବାର ଋଷ-ୟୁକ୍ରେନ ଆଲୋଚନା ଅଧାରେ ସ୍ଥଗିତ ରହିଥିଲା?

କିଭ୍: ଋଷ-ୟୁକ୍ରେନ ଯୁଦ୍ଧର ଘନଘଟା ମଧ୍ୟରେ ସୋମବାର ଦୁଇ ଦେଶ ମଧ୍ୟରେ ଚତୁର୍ଥ ପର୍ଯାୟ ଆଲୋଚନା ହୋଇଥିଲା । ଏହି ବୈଠକରୁ କୌଣସି ସୁଫଳ ମିଳିନଥିଲା। ଭିଡିଓ କନଫେରନ୍ସ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଏହି ଆଲୋଚନା ଆଜି (ମଙ୍ଗଳବାର) ମଧ୍ୟ ଜାରି ରହିବ। ୟୁକ୍ରେନର ରାଷ୍ଟ୍ରପତିଙ୍କ ପରାମର୍ଶଦାତା ମିଖାଇଲୋ ପୋଡୋଲିୟକ୍ କହିଛନ୍ତି ଯେ ଋଷ ସହିତ ଶାନ୍ତି ଆଲୋଚନା ଆଜି (ସୋମବାର) ଶେଷ ହୋଇଛି, କିନ୍ତୁ ମଙ୍ଗଳବାର ଦିନ ଏହା ପୁଣି ଆରମ୍ଭ ହେବ।

ବେଲାରୁଷ ସୀମାରେ ତିନିଟି ବିଫଳ ଆଲୋଚନା ପରେ ମାର୍ଚ୍ଚ 10ରେ ଦୁଇ ଦେଶ ପ୍ରଥମ ଥର ପାଇଁ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଥିଲେ। ପୋଡୋଲିୟକ୍ ଟ୍ୱିଟ୍ କରି କହିଛନ୍ତି, “ଆସନ୍ତାକାଲି ପର୍ଯ୍ୟନ୍ତ କଥାବାର୍ତ୍ତା ବନ୍ଦ ହୋଇ ରହିଛି। ଅନ୍ୟାନ୍ୟ କାମ ପାଇଁ ଏହା କରାଯାଇଥିଲା। ଆଲୋଚନା ଜାରି ରହିବ। ” ମିଖାଇଲୋ ପୋଡୋଲିୟକ୍ ଏହା ମଧ୍ୟ କହିଛନ୍ତି ଯେ କଥାବାର୍ତ୍ତାର ସର୍ତ୍ତ ସ୍ପଷ୍ଟ ହୋଇପାରିବ ବୋଲି ଆଲୋଚନା ଅଧାରେ ବନ୍ଦ ହୋଇଥିଲା।

ସୋମବାର ଋଷ କହିଛି ଯେ ପୂର୍ବ ୟୁକ୍ରେନର ଡୋନେଟସ୍କରେ ବିଚ୍ଛିନ୍ନତାବାଦୀ ଗଡ଼ ଉପରେ କିଭ୍ ଫୋର୍ସ ଦ୍ୱାରା ଆକ୍ରମଣ ହୋଇଛି । ଏହି ଆକ୍ରମଣରେ 20 ଜଣଙ୍କର ମୃତ୍ୟୁ ଘଟିଛି। ଋଷ ଏହି ଆକ୍ରମଣକୁ ‘ଯୁଦ୍ଧ ଅପରାଧ’ ବୋଲି ଅଭିହିତ କରିଛି। ୟୁକ୍ରେନ ସୈନା ଦ୍ୱାରା ଡୋନେଟସ୍କର ଏକ ଆବାସିକ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ କରାଯାଇଥିବା ମସ୍କୋ ଅଭିଯୋଗ କରିଛି। ୟୁକ୍ରେନରେ ଋଷର ସୈନ୍ୟବାହିନୀ ପ୍ରବେଶ କରିବା ପରଠାରୁ ଏହି ସହର ଉପରେ ଏହା ଏକ ବଡ ଆକ୍ରମଣ ବୋଲି ଋଷ କହିଛି।

Comments are closed, but trackbacks and pingbacks are open.