Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୧ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ନାମ ଉପରେ ଆଲୋଚନା ଜାରିରଖି, ନାରାର ଦ୍ଵିତୀୟ ଅର୍ଥ ନରଗଣ ବା ମନୁଷ୍ୟ ସମ୍ବନ୍ଧୀୟ ଅର୍ଥର ବିଶ୍ଳେଷଣ କରିବା।

ଆମର ମହାନ ଗ୍ରନ୍ଥ ମହାଭାରତ ଆଧାରରେ ଜଣାଯାଏ ଯେ ପାଣ୍ଡଵ ମାନେ ତୀର୍ଥଯାତ୍ରl ସମୟରେ ବଦ୍ରିକା ଆଶ୍ରମରେ ନରନାରାୟଣଙ୍କୁ ତପସ୍ୟା ରତ ଥିବାର ଶୁଣିଥିଲେ। ପ୍ରଶ୍ନ ଉଠେ ଏ ନରନାରାୟଣ କିଏ ଓ କାହିଁକି ତପସ୍ୟା ରତ ?

ଏହାର ଉତ୍ତରରେ କଵି ଜଗନ୍ନାଥ ଦାସ ଭାଗବତରେ ଲେଖିଛନ୍ତି

“ଚତୃର୍ଥେ ଜନ୍ମ ବେଦକାଣ୍ଡେ
ଧର୍ମ ଉଦ୍ୟେଶ୍ୟ କର୍ମକାଣ୍ଡେ ।
ସେ ରୂପେ ନର ନାରାୟଣ
ସୃଜିଲେ ଧର୍ମ ଆଚରଣ ।
ତପ ସାଧିଲେ ଦୃଢଚିତ୍ତେ
ସୃଷ୍ଟି କଳ୍ପନେ ଅବିରତେ ।

କିନ୍ତୁ ଅନ୍ୟ ବର୍ଣ୍ଣନା ଅନୁସାରେ ନର ନାମକ ମହର୍ଷି ସହ ନାରାୟଣ ନାମକ ଜଣେ ଋଷି ଏକତ୍ର ଏକହଜାର ବର୍ଷ ତପସ୍ୟାରତ ଥିଲେ ଓ ପରବର୍ତ୍ତୀ କାଳରେ କୃଷ୍ଣ, ଅର୍ଜୁନ ରୂପେ ସଂସାରରେ ଲୀଳା କରିଥିଲେ। ଏହି ପ୍ରସଙ୍ଗର ପ୍ରାସଙ୍ଗିକତା ଅପେକ୍ଷା “ନୀଳାଦ୍ରି ମହୋଦୟ “ରେ ବର୍ଣ୍ଣିତ ପ୍ରସଙ୍ଗ ଅଧିକ ପ୍ରାସଙ୍ଗିକ ଓ ପ୍ରlଣବନ୍ତ ଲାଗେ “ଜଗନ୍ନାଥ ନମସ୍ତେଅସ୍ତୁ ନୀଳ ରତ୍ନାକର ପ୍ରଭୋ, ଜଗଦ୍ଧିତlୟ ଦେବାୟ ନମସ୍ତୁଭ୍ୟଂ ନରେଶ୍ଵର । ”

ଏଠାରେ ସ୍ୱୟଂ ଜଗନ୍ନାଥ ନରଈଶ୍ୱର ବା ନରେଶ୍ୱର ଭାବରେ, ଅର୍ଥାତ ନର ନାରାୟଣ ଭାବରେ ପୂଜିତ। ତେଣୁ ସ୍ତୁତିରେ ଆମେ ଉଚ୍ଚାରଣ କରୁ”ନାରାୟଣ ନମସ୍କୃତ୍ୟ, ନରଂ ଚୈବ ନରୋତ୍ତମମ୍ । ” ଆସନ୍ତୁ ତେବେ କରିବା ଆରାଧନା :-

“ବୋଲଇ ପ୍ରଭୂ ଜଗନ୍ନାଥ,
ତୁମ୍ଭ ଦର୍ଶନେ ମୁଁ ମୁକତ
ମୋର ସକଳ ପାପ କ୍ଷୟେ,
ଦେଖିଲି ପ୍ରଭୂ ଦେବରାୟେ
ଦର୍ଶନ କଲି ବ୍ରହ୍ମ ରୂପ 
ଖଣ୍ଡିଲି କୋଟି ଜନ୍ମ ପାପ। (ପ୍ରେମଭକ୍ତି ବ୍ରହ୍ମଗୀତା, ଯଶୋବନ୍ତ ଦାସ )

ଜୟ ଜଗନ୍ନାଥ, (ଦ. ତ୍ରି. ଉବାଚ )

Leave A Reply

Your email address will not be published.