Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୭

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିକଟରେ ଅବସ୍ଥିତ ତୀର୍ଥ ପତିତପାବନୀ ଶ୍ୱେତଗଙ୍ଗା ଆକାଶରେ ପତିତପାବନ ବାନା, ଗୁମୁଟ ରେ (ମର୍ତ୍ୟରେ )ସ୍ୱୟଂ ପତିତପାବନ ମୂର୍ତ୍ତି ଶେଷରେ ପାତାଳ ଭେଦି ପୁଷ୍କରଣୀ ଶ୍ୱେତଗଙ୍ଗା ସ୍ୱୟଂ ପତିତପାବନୀ। ଏଭଳି କ୍ଷେତ୍ରଙ୍କୁ କଣ କହିବା “ସାକ୍ଷାତ ବୈକୁଣ୍ଠ ରୂପଂ ତତ କ୍ଷେତ୍ରଂ ଶ୍ରୀପୁରୁଷୋତ୍ତମମ୍ “ହଁ ଆଜ୍ଞା ଏଇତ ମର୍ତ୍ୟବୈକୁଣ୍ଠ। ତିନିଲୋକରେ ଏହାର ପତିତପାବନଙ୍କ ଉପସ୍ଥିତି। ସେଥିପାଇଁ ଶାସ୍ତ୍ର କହେ ଗଙ୍ଗlୟୀ ଚ ଜଳେ ମୁକ୍ତି, ବାରlଣସ୍ୟାଂ ଜଳେ ସ୍ଥଳେ, ଜଳେ ସ୍ଥଳେ ଚାନ୍ତରୀକ୍ଷେ ମୁକ୍ତି ଶ୍ରୀପୁରୁଷୋତମେ।  ଅର୍ଥାତ ଗଙ୍ଗାରେ ଜଳରେ ମୁକ୍ତି, ବାରଣାସୀରେ ଜଳ ଓ ସ୍ଥଳରେ ମୁକ୍ତି କିନ୍ତୁ ପୁରୁଷୋତ୍ତମରେ ଜଳ, ସ୍ଥଳ ଓ ଆକାଶ ତିନି ଜାଗା ମୁକ୍ତି ପ୍ରଦାୟକ।

ତେବେ ଏହି ପତିତପାବନୀ ଶ୍ୱେତ ଗଙ୍ଗା, ଯାହାକି ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଲମ୍ବିଥିବl ରାସ୍ତାରେ ମହୋଦଧି ଦିଗରେ ଗତିକଲେ ବାଲିସାହି ପୂର୍ବରୁ ଡାହାଣ ପଟେ ପଡିଥାଏ। ଚାରିପଟେ ପଥର ବନ୍ଧ ସହିତ ଲମ୍ବ ୨୫୪ ଫୁଟ, ପ୍ରସ୍ତ ୧୮୦ ଫୁଟ ଓ ବର୍ତ୍ତମାନ ରାସ୍ତା ପତନ ଠାରୁ ୪୦ /୪୫ ଫୁଟ ଗଭୀର ରେ ଏହା ଅବସ୍ଥିତ। ଏହାର ଏପରି ନାମକରଣ ବୋଧହୁଏ ଏହାରି ତଟରେ ଥିବା ଶ୍ୱେତମାଧବଙ୍କ ଉପସ୍ଥିତି ଯୋଗୁ ହୋଇଛି। ଶ୍ୱେତମାଧବଙ୍କ ସହ ମତ୍ସ୍ୟ ମାଧବ, ମୁକ୍ତିଶିଳା, ଓ ଗଙ୍ଗାମାତା ମଠ, ବାସୁଦେବ ସର୍ବଭୌମଙ୍କ ଆଶ୍ରମ ମଧ୍ୟ ଏଠାରେ ଅଛି। କେହି କେହି କହନ୍ତି ଶ୍ୱେତମହାରାଜ ଏହାରି କୂଳରେ ଘୋର ତପସ୍ୟା କରି ମୁକ୍ତି ଲାଭ କାରିଥିବାରୁ, ଏହାର ନାମ ଶ୍ୱେତଗଙ୍ଗା ହୋଇଛି। ଆଗାମୀ ସମୟରେ ଏହା ପଛରେ ଥିବା ସମସ୍ତ ପୌରାଣିକ, ଐତିହାସିକ ଓ କିମ୍ବଦନ୍ତୀ ସମ୍ୱନ୍ଧରେ ଆଲୋଚନା କରିବା। ଏବେ ଆରାଧନା ଓ ଭାଗବତ ପଠନ କରିବା ।

କୃଷ୍ଣର ଅଭୟ ଚରଣ
ଆଜହୁଁ ପଶିଲି ଶରଣ ।
ସକଳ ଆଶା ଦୂର କରି
ଭାବେ ସେବିବି ନରହରି ।
ଏକାନ୍ତେ ଭ୍ରମି ବନୁ ବନ
ଭଜିବି ଅଭୟ ଚରଣ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.