Latest Odisha News

BREAKING NEWS

ଶିଶୁ କବିତା : କୃଷକଟିଏ ମୁଁ

ପ୍ରତିଭା ସାହୁ

କୃଷକଟିଏ ମୁଁ କୃଷକଟିଏ
କୃଷି ମୋର ସଦା କାମ
ଖରା ବରଷାକୁ କରେନି ଖାତିର
ମାଟି ପରା ମାଆ ଆମ ।

ସକାଳ ସୂରୁଯ ଉଇଁ ଆସେ ଯେବେ
କ୍ଷେତ ବାଡିକୁ ମୋହର
ସ୍ୱାଗତ ଜଣାଇ କାମ ଧନ୍ଦା କରେ
ନଥାଏ କାହାକୁ ଡର ।

ମାଟି ସଙ୍ଗେ ମାଟି କଷଣ ମୁଁ କରି
ଉପୁଜାଏ ଖାଦ୍ୟ ଶସ୍ୟ
ଧାନ ଗହମ ମୁଗ ବିରି ହରଡ
ଦେଖି ଓଠେ ଭରେ ହସ ।

ବାଡି ବଗିଚାରେ କରେ ମୁଁ ଖୁସିରେ
ଆଳୁ ଗାଜର ମଟର
ଖିଲି ଖିଲି ହସି ସବୁଜ ଦିଶଇ
ନା ନା ଜାତି ଶାଗ ପତର।

ନିଜେ ଖାଇ ବଞ୍ଚେ ଅନ୍ୟକୁ ବଞ୍ଚାଏ
କିଛି କରିଣ ବିକିରି
ଦିନ ମାସ ବର୍ଷ ମାଟିରେ ଖଟେ ମୁଁ
ମାଟି ମାଆ ଅନ୍ନଦାତ୍ରୀ।

କେବେ ହେଲେ ପୁଣି କରିବିନି ଦୁଃଖ
ହେଲି ନାହିଁ ବଡ଼ ଲୋକ
ଚାଷ କାମରେ ମନ ଲଗାଇ ଦେଇ
କାଟିବି ଜୀବନ ଯାକ ।

ବଇଣ୍ଡା ହାଇସ୍କୁଲ ରୋଡ୍ଅ
ଅନୁଗୁଳ

Comments are closed.