Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢା ର କଳ୍ପବଟ ମୂଳରେ ପ୍ରଥମେ ଦର୍ଶନ କଲେ ଶ୍ରୀ ଗଣେଶଙ୍କୁ ବା ବଟ ଗଣେଶଙ୍କୁ।ସେହି କ୍ରମରେ ଆସନ୍ତୁ ଭେଟିବା ଶ୍ରୀ ବଟ ମଙ୍ଗଳାଙ୍କୁ ଭକ୍ତ କିନ୍ତୁ ଏହାଙ୍କୁ ସର୍ବମଙ୍ଗଳା ଭାବତେ ପୂଜା କରନ୍ତି.ଏହାର କାରଣ ମାଙ୍କ ନାମରୁ ହିଁ ଅନୁମାନ କରିହୁଏ। ସର୍ବୋତ୍ତ ଭାବେ ମଙ୍ଗଳ ବିଧାନ କରୁଥିବା ମା ନାରାୟଣୀ ସ୍ୱରୂପା ଶ୍ରୀ ବଟ ମଙ୍ଗଳା, ଆଉ ଏକ ବିଶେଷ କାର୍ଯ୍ୟ ଶ୍ରୀମନ୍ଦିର ଭିତରେ ସମ୍ପାଦନ କରିଥାନ୍ତି। ତାହା ହେଉଛି ରତ୍ନବେଦୀର ସୁରକ୍ଷା। ଶ୍ରୀମନ୍ଦିରରେ ଅନେକ ଦେବୀ ଏହି ସୁରକ୍ଷା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ମଧ୍ୟ ଶ୍ରୀ ବଟ ମଙ୍ଗଳାଙ୍କ ଭୂମିକା ସର୍ବୋତ୍ତମ ଅଟେ
ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ପ୍ଲଟ ନମ୍ବର ୯୭ ରେ ମା ସର୍ବମଙ୍ଗଳା ଙ୍କ ମନ୍ଦିରଟି ଅବସ୍ଥିତ। ମନ୍ଦିରଟି ପଶ୍ଚିମାଭିମୁଖୀ ଓ ବିମାନ ତଥା ଜଗମୋହନକୁ ନେଇ ମନ୍ଦିରଟି ନିର୍ମିତ୍ତ ହୋଇଛି। ଏହାର ନିର୍ମାଣ କାଳ ସମ୍ଭବତଃ ପଞ୍ଚଦଶ ଶତାବ୍ଦୀ ବୋଲି ଧରାଯାଏ। କେତେକ ଗବେଷକ ମତ ଦିଅନ୍ତି ଶ୍ରୀକ୍ଷେତ୍ରରେ ଶାକ୍ତମତର ପ୍ରାଧାନ୍ୟ ଥିବା ସମୟରେ ଏହି ଶକ୍ତି ମା ମଙ୍ଗଳା ବା ବଟ ତଳେ ବଟ ମଙ୍ଗଳା ହିସାବରେ ସ୍ଥାପିତ ହୋଇଛନ୍ତି। ମନ୍ଦିରର ଗର୍ଭ ଗୃହରେ ଏକ ପ୍ରସ୍ତର ନିର୍ମିତ୍ତ ସିଂହାସନ ଉପରେ ଦେବୀ ବିରାଜିତ ଅଛନ୍ତି।

ଏହି ଦେବୀ ବିଗ୍ରହ ପ୍ରାୟ ୨୦” ୧ /୨ ” (ସାଢେ କୋଡିଏ ଇଞ୍ଚ )ଅଟେ। ଦେବୀ ଚତୁର୍ଭୁଜା ଓ ତ୍ରିନେତ୍ରା ଅଟନ୍ତି। ତାଙ୍କର ଡାହାଣ ଉପର ହସ୍ତରେ ଗଦା, ଡାହାଣ ନିମ୍ନ ହସ୍ତ ରେ ଅଭୟ ମୁଦ୍ରା ବାମ ଉପରେ ତ୍ରିଶୂଳ ଓ ବାମ ନିମ୍ନ ହସ୍ତ ବରଦ ମୁଦ୍ରା ଧାରଣ କରିଛନ୍ତି।

ଆସନ୍ତୁ ଏଭଳି ସର୍ବ ମଙ୍ଗଳ କାରିଣୀ ମା ସର୍ବମଙ୍ଗଳାଙ୍କୁ ଆରାଧନା କରିବା :-

“ଶୁଭାନନାଂ ରକ୍ତସୁଚାରୁହାସ୍ୟାଂ
ନେତ୍ରେ ସ୍ତ୍ରିଭି ଶୋଭିତ ମଙ୍ଗଳାସ୍ୟାମ
ବରାଭୟାଂ ଶୂଳ ଗଦାଧରାଂ ଚ
ନ୍ୟଗ୍ରୋଧଲଗ୍ନା ବସତିଂ ଭଜେ ଅହଂ।”

ଅର୍ଥାତ ହେ ସର୍ବମଙ୍ଗଳା, ତୁମ ମୁଖ ମଣ୍ଡଳ ଦର୍ଶନ ମାତ୍ରେ ସର୍ବ ଶୁଭ ହୋଇଥାଏ। ତୁମ୍ଭର ଲୋହିତ ମୁଖଶ୍ରୀରେ ହାସ୍ୟଭାବ ଚରୁତା ଆଣେ। ତିନୋଟି ନେତ୍ରରେ ମଣ୍ଡିତ ତୁମ ବଦନlରବିନ୍ଦ ମଙ୍ଗଳ ପ୍ରଦାନ କରେ । ତୁମେ ଅଭୟ ବର ଦାୟିନୀ. ଶୂଳ ଓ ଗଦା ତୁମ ଆୟୁଧ, କଳ୍ପବଟ ସଂଲଗ୍ନ ତୁମ ବିଜେ ସ୍ଥଳି, ମୁଁ ତୁମଙ୍କୁ ଭଜୁଛି ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.