Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢାବୁଲା ଅବସରରେ ମା ଭୁବନେଶ୍ୱରୀଙ୍କ ମନ୍ଦିର ବା ପଞ୍ଚ ଶକ୍ତି ମନ୍ଦିର ବିଷୟରେ ଚର୍ଚ୍ଚା ଜାରି ରହିଛି। ଆଜି ମା ଭୁବନେଶ୍ୱରୀଙ୍କ ପ୍ରକୃତ ସ୍ୱରୂପ ଜାଣିବା। ଶାସ୍ତ୍ର କହେ
ମା ଭୁବନେଶ୍ୱରୀ ହେଉଛନ୍ତି ପ୍ରଭୂ ବିଷ୍ଣୁଙ୍କ ବାମନାବତାର। ସେ ସର୍ବଶକ୍ତିମୟୀ ପରମାନନ୍ଦ ରୂପିଣୀ, ନିତ୍ୟା, ସର୍ବମଙ୍ଗଳ ସ୍ୱରୂପିଣୀ, ସର୍ବମନ୍ତ୍ରାତ୍ମିକା ସୁଖ ଓ ମୋକ୍ଷ ଦlତ୍ରୀ, ପାପ ଓ ତାପ ହlରିଣୀ, ବ୍ରହ୍ମ ତେଜ ପ୍ରଦାୟିନୀ ମହାଶକ୍ତି। ଭଗବାନ ବିଷ୍ଣୁ ସ୍ୱୟଂ ସୃଷ୍ଟିର ଆରମ୍ଭରେ ରାତ୍ରି ଦେବୀ ମା ଭୁବନେଶ୍ୱରୀଙ୍କୁ ପୂଜା କରିଥିବାରୁ ତାଙ୍କୁ ପରମ ବୈଷ୍ଣବୀ କୁହାଯାଏ। ଶ୍ରୀମନ୍ଦିର ସତ୍ୱଲିପିରେ ଥିବା ଷୋଳ ଶାସନର ଅଧିକାଂଶ ବ୍ରlହ୍ମଣମାନେ ଦଶ ମହାବିଦ୍ୟାଙ୍କ ମଧ୍ୟରେ ଚତୃର୍ଥ ମହାବିଦ୍ୟା ମା ଭୁବନେଶ୍ୱରୀଙ୍କୁ ନିଜ ନିଜର ଇଷ୍ଠ ରୂପେ ପୂଜା କରିଥାନ୍ତି। ଶ୍ରୀଜଗନ୍ନାଥଙ୍କୁ ଭୁବନେଶ୍ୱରୀ ମା’ଙ୍କ ବୈଷ୍ଣବ ଶକ୍ତିର ପରମ ପୁରୁଷ ରୂପେ ମଧ୍ୟ ଗବେଷକ ତଥା ତତ୍ତ୍ୱବିତ୍ତମାନେ ଉପସ୍ଥାପନା କରିଥାନ୍ତି। ତେଣୁ ଏହି ପଞ୍ଚ ଶକ୍ତି (ଭୁବନେଶ୍ୱରୀ, ସରସ୍ବତୀ, ଷଷ୍ଠୀ, ସାବିତ୍ରୀ ଓ ଗାୟତ୍ରୀ )ଙ୍କ ମଧ୍ୟରେ ଭୁବନେଶ୍ୱରୀ ହିଁ ମୂଖ୍ୟ ମନ୍ଦିରରେ ଅବସ୍ଥାପିତ ଅଟନ୍ତି। ଏହି କାରଣରୁ ପୁରୀ ବାସିନ୍ଦାମାନେ ଏହି ମନ୍ଦିରକୁ “କମଳା “ମନ୍ଦିର ବୋଲି କହିଥାନ୍ତି। ଯେପରି ଭାବରେ ଶ୍ରୀନାରାୟଣଙ୍କ ଧାମ ବୈକୁଣ୍ଠ ଧାମ, ଶ୍ରୀକୃଷ୍ଣଙ୍କ ଗୋଲକ ଧାମ, ପ୍ରଭୂ ସଦାଶିବଙ୍କ କୈଳାସ ଧାମ, ସେହିପରି ମା ଭୁବନେଶ୍ୱରୀଙ୍କ ଧାମ ହେଉଛି “ମଣିଦୀପ “ଧାମ., କୁହାଯାଏ ଏହି ସମ୍ପୂର୍ଣ ନିଆରା ଧାମରେ “ଚିନ୍ତାମଣି” ନିବାସରେ ମା ଭୁବନେଶ୍ୱରୀ ସର୍ବଦା ଅବସ୍ଥାନ କରିଥାନ୍ତି। ଦେବୀ ଭାଗବତରେ ପରମା ଶକ୍ତି, ପ୍ରକୃତି ସ୍ୱରୂପିଣୀ ତଥା ଆଦ୍ୟାଶକ୍ତିଙ୍କୁ ଗାୟତ୍ରୀ ମନ୍ତ୍ରରେ ଆହ୍ୱାନ କରାଯାଇଛି। ଆଜି ଆରାଧନାରେ ସେହି ଗାୟତ୍ରୀ ମନ୍ତ୍ର ପାଠ କରିବା ଓ ଆଗାମୀ ଅଧ୍ୟାୟରେ ଜାଣିବା ଅନେକ ରୋଚକ ଜନସ୍ମୃତି ତଥା ପ୍ରଚଳିତ କିମ୍ବଦନ୍ତୀ ବିଷୟରେ।

“ନମସ୍ତେ ଭୁବନେଶାନି ଶକ୍ତି ଦର୍ଶନ ନାୟିକେ, ଦଶତତ୍ୱାତ୍ମିକେ ମାତଃ ମହାବିନ୍ଦୁ ସ୍ୱରୂପିଣୀ. ମହାକୁଣ୍ଡଳିନୀ
ରୂପେ ସଚ୍ଚିଦାନନ୍ଦ ରୂପିଣୀ, ପ୍ରାଣlଗ୍ନିହୋତ୍ର ବିଜୟେ ତେଜୋ ଦୀପ ଶିଖାତ୍ମନେ। ”

ଜୟ ମା ଭୁବନେଶ୍ୱରୀ

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.