Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତଡଉ କରଣ ସେବକଙ୍କ ବିଷୟରେ ଆଲୋଚନା ଜାରି ରହିଛି। ଏହି ଅବସରରେ ଆସନ୍ତୁ ଜାଣିବା କେବଳ ଅନ୍ୟ ସେବକଙ୍କ ଦୋଷ ଗୁଣ ଦେଖନ୍ତି ନା ଅନ୍ୟ ସେବକଙ୍କ କାର୍ଯ୍ୟ ମଧ୍ଯ କାର୍ଯ୍ୟ ମଧ୍ଯ କରିଥାନ୍ତି। ହଁ ସେମାନେ ଭଣ୍ଡାର କରଣ। ଚାଙ୍ଗଡ଼ା କରଣ, ଶିଠ କରଣ, କାର୍ଯ୍ୟ ମଧ୍ଯ କରିଥାନ୍ତି। ଭଣ୍ଡାର କରଣ ରୂପେ ଅନୁମତି ପ୍ରାପ୍ତ ସବୁ ମହନ୍ତ ଆଦିଙ୍କୁ ଉପଚାର, ଚାମର, ଆଲଟ ସେବା ପାଇଁ। ଭଣ୍ଡାର ଘରୁ ଚାମର, ଆଲଟ ଇତ୍ୟାଦି ଦେଇ ସେବାରେ ମୁତୟନ କରାନ୍ତି। ଚାଙ୍ଗଡ଼ା କରଣ ହିସାବରେ ଯାନିଯାତ୍ରାରେ ସାହି ଓ ସେବକଙ୍କ ପ୍ରାପ୍ୟ ଶାଢ଼ୀ ପ୍ରଦାନ କରାଇ, ପରମାଣିକ ଆଦାୟ କରନ୍ତି। ସେହିପରି ଧୋବାଘରେ ପ୍ରଦାନ କରାଯାଉଥିବା ପ୍ରଭୁଙ୍କ ବସ୍ତ୍ରର ହିସାବ ରଖନ୍ତି। ଭଣ୍ଡାର ଘର ଓ ଚାଙ୍ଗଡ଼ା ଘରର ଦୈନିକ ଜମା ଖର୍ଚ୍ଚ ଲେଖନ୍ତି। ସେବକ ମାନଙ୍କ ଶାଢ଼ୀ ବନ୍ଧାରେ ଦେଉଳ କରଣଙ୍କ ମୁକାବିଲାରେ ଚାଙ୍ଗଡ଼ା ଘରୁ ଶାଢ଼ୀ ଦେବା କାମ କରନ୍ତି। ଧ୍ବଜାବନ୍ଧାରେ ମହାସୁଲ ରଖି ଦେଉଳର ପ୍ରାପ୍ୟ ଦେଉଳକରଣଙ୍କ ଦସ୍ତଖତରେ ଚାଲାଣ କରି, ସେବକଙ୍କ ମଧ୍ୟରେ ଯଥାବିଧି ବାଣ୍ଟି ଚୁନାରା ସେବକଙ୍କ ଦ୍ୱାରା ଧ୍ବଜା ବନ୍ଧାନ୍ତି। ନବକଳେବରରେ ଦଇତା ପତିଙ୍କ ସହ ଦାରୁ ଅନ୍ବେଷଣରେ ଯାଇଥାନ୍ତି । ଯେହେତୁ ଏମାନେ ଶାଢ଼ୀ ବନ୍ଧା ସେବକ, ତେଣୁ କେବଳ ଶାଢ଼ୀ ବନ୍ଧା ସରିଲେ ହିଁ ରୁକ୍ମିଣୀ ହରଣ ଚିଟାଉ ଲେଖା, ଚାମର, ଖଦି ଚାମର ଛୁରୀ ଖଣ୍ଡା ସେବା ତଥା ଚାପ ଓ ରଥ ଉପରେ ସେବା କରିପାରନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ଦେଉଳକରଣଙ୍କ ସେବା ବିଷୟରେ, ଏବେ ସମୟ ଆରାଧନା ଓ ଭାଗବତ ପଠନର।

ଧନ ସଂଚୟ ଦୂର କରି
ନିୟତ କର୍ମ କୁ ଆବୋରି ।
ଧିରେ ରହନ୍ତି ସମଚିତ୍ତେ
ଧନ୍ୟ ଜୀବନ ଏ ଜଗତେ ।
ଧନର ଦୋଷ ଆର ଯେତେ
କହିବା ଶୁଣ ଏକ ଚିତ୍ତେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.