Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପରମ୍ପରା ଯେତିକି ବ୍ୟାପକ ସେତିକି ରୋମାଞ୍ଚକ ମଧ୍ୟ। ଏହି ସେବା ଓ ସେବକ ଗୋଷ୍ଠୀମାନଙ୍କ ମଧ୍ୟରେ ଥିବା ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ଯୋଗୁ କିଛି ସେବା ଭକ୍ତମାନଙ୍କ ମନରେ ଗଭୀର ରେଖାପlତ କରିଥାଏ। ସେହିପରି ଏକ ସେବା ହେଲା ଚୁନରା ଗରୁଡ଼ ସେବା । ଏମାନେ ଶାଢ଼ୀ ବନ୍ଧା ଶୁଦ୍ର ସେବକ ଓ ଏମାନେ ଏହି ସେବାକୁ ବଂଶାନୁକ୍ରମିକ କରଛନ୍ତି। କାରଣ ଏହି ସେବକ ଅତ୍ୟନ୍ତ ସାହସୀ ଓ ଦକ୍ଷ ହେବା ଆବଶ୍ୟକ। ପ୍ରତିଦିନ ଶ୍ରୀମନ୍ଦିର ଚୂଡ଼ାରେ ବା ନୀଳଚକ୍ରରେ ବିଭିନ୍ନ ପ୍ରକାରର ପତାକା ବାନ୍ଧିଥାନ୍ତି। ଏହି କାର୍ଯ୍ୟ ଯେତିକି ଆନନ୍ଦଦାୟକ ସେତିକି ରୋମାଞ୍ଚକର ହୋଇଥାଏ। ତେଣୁ ହଜାର ହଜାର ଭକ୍ତ ଏହାକୁ ଦର୍ଶନ କରିବା ପାଇଁ ଅନାଇ ରହନ୍ତି । ଆଜିକାଲି ଦୂରଦର୍ଶନରେ ମଧ୍ୟ ପ୍ରସାରିତ ହେଉଛି। ଏହା ବ୍ୟତୀତ ପ୍ରତି ଏକାଦଶୀ ତିଥିରେ ଦେଉଳ ଶିଖରକୁ ମହାଦୀପ ଉଠାନ୍ତି। ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିର ଚୂଡ଼ାରେ ଚୂନ ଓ ଗେରୁଆ ରଙ୍ଗ ଲଗାନ୍ତି। ଶ୍ରୀମନ୍ଦିରରୁ ଧୂପ ଶିକୁଳl ନେଇ ଗୁଣ୍ଡିଚା ଘରେ ବାନ୍ଧନ୍ତି। ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଯଥା କନକ ମୁଣ୍ଡି ଉପରେ, ସିଂହାସନ ଉପରେ, ଦକ୍ଷିଣୀ ଘରେ, ସ୍ନାନ ବେଦୀ ଓ ଗୁଣ୍ଡିଚା ଘରେ ତଥା ଅଣସର ସମୟରେ ଅଣସର ପିଣ୍ଡି ଉପରେ, ଅଣସର ସମୟରେ ପନ୍ତି ଉପରେ ଚାନ୍ଦୁଆ ବାନ୍ଧିବା ଏମାନଙ୍କ ମୁଖ୍ୟକାର୍ଯ୍ୟ ଅଟେ। ସେହିପରି ଦେବ ଦୀପାବଳି ତିନିଦିନ ଦେଉଳରେ ଦୀପ ଜାଳିବା ମଧ୍ୟ ଏହି ସେବକ ଗୋଷ୍ଠୀର କାର୍ଯ୍ୟ ଅଟେ.। ଯେହେତୁ ଆମେ ପ୍ରଥମରୁ ଏହି ସେବକଙ୍କୁ ଚୁନରା ଗରୁଡ଼ ସେବକ ବୋଲି ଅଭିହିତ କରିଛେ ଏଥିରୁ ସ୍ପଷ୍ଟ ହେଉଛି ଉପରେ ବର୍ଣ୍ଣିତ ସମସ୍ତ ସେବା ସହିତ ଏହି ସେବକମାନେ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ବସିଥିବା ଗରୁଡ଼ ଙ୍କ ସେବାରେ ନିୟୋଜିତ ଥାନ୍ତି। ଗରୁଡ଼ଙ୍କୁ ସ୍ନାନ କରିବା, ଗରୁଡ ଖୁମ୍ବର ଯତ୍ନ ନେଇଥାନ୍ତି। ଆଗାମୀ ଅଧ୍ୟାୟରେ ଆହୁରି ସୁନ୍ଦଶ ସୁନ୍ଦର ସେବା ଵିଷୟରେ ଜାଣିବା। କିନ୍ତୁ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

ଜଗତ କାରଣ ସମସ୍ତେ
ଶା6ସ୍ତ୍ର କହନ୍ତି ନାନା ମତେ ।
ଯେ ସର୍ବ ତତ୍ୱେ ଦେଖେ ମୋତେ
ବିଚାରି ଜାଣିବା ସାକ୍ଷାତେ ।
ସେ ତତ୍ତ୍ୱ ଜ୍ଞାନ ମୋର ମତ
ତା ବିନୁ କିଛି ନୋହେ ସତ୍ୟ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.