Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ବୋଲlଇବା ଏକ ଗୌରବର ବିଷୟ। ସମଗ୍ର ଜଗତର ଯେ ନାଥ ବା ସ୍ୱାମୀ, ତାଙ୍କର ନିଜସ୍ୱ ସେବକଟିଏ ହେବା ଅନେକ ପୁଣ୍ୟର କାର୍ଯ୍ୟ ବୋଲି ଯୁଗେ ଯୁଗେ ବିଶ୍ୱାସ ରହି ଆସିଛି। ତେଣୁ ଆମେ ଦେଖୁଛେ ଜାତି ବା କୂଳର ଏଠାରେ କୌଣସି ବାଛ ବିଚାର ନାହିଁ। ନାମ ସହ ସେବାର କୌଣସି ସଂଯୋଗ ମଧ୍ଯ ନାହିଁ।

ଆଜି ଜାଣିବା ସେହିପରି ଏକ ସେବକ ଗୋଷ୍ଠୀ ବିଷୟରେ ଯାହାଙ୍କୁ ମହାଭୋଇ ସେବକ କୁହାଯାଏ। କିନ୍ତୁ ଅସଲରେ ଏମାନେ ଗୌଡ଼ ସେବକ ତାହା ପୁଣି ଶାଢ଼ୀ ବନ୍ଧା ସେବକ। କେବଳ ସେତିକି ନୁହେଁ ଏହି ସେବା ଟି ପୁରୁଷlନୁକ୍ରମିକ ସେବା ଅଟେ।ଏମାନଙ୍କ ମୂଖ୍ୟ କାର୍ଯ୍ୟ ହେଲା ପ୍ରତିଦିନ ତଥା ସବୁ ଯାତ୍ରା ଓ ପର୍ବ ପର୍ବାଣୀରେ ଦରକାର ହେଉଥିବା ଦୁଧ, ଦହି, ସର, ଲବଣି ଆଦି ଏହି ସେବକ ଯୋଗାଇଥାନ୍ତି। ମହାପ୍ରଭୁଙ୍କର ଦୁଧ ମେଳଣ ଯାତ୍ରାରେ ଜଗନ୍ନାଥ ବଲ୍ଳଭ ମଠଠାରେ ଗାଇ ଦୁହିଁ ଅର୍ଦ୍ଧେକ କ୍ଷୀର ଠାକୁରଙ୍କୁ ଭୋଗ ଲଗାନ୍ତି ଓ ବାକି ଅଧା କ୍ଷୀର, ଦୁଧ ମେଳଣ କରି ସରଘର ଠାରେ ଦହି ବସlନ୍ତି। ନନ୍ଦ ଉତ୍ସବ ଦିନ ମହାଭୋଇ ଭରତିଆ ଗୌଡ଼ ବେଶରେ ସ୍ନାନ ବେଦୀରେ ନନ୍ଦବେଶ ଧlରଣ କରିଥିବା ଭିତରଛଙ୍କୁ ପୁତ୍ର ଜନ୍ମର ସମାଚାର ଦିଅନ୍ତି। କାଳୀୟ ଦଳନ ଏକାଦଶୀ ଦିନ ମଦନ ମୋହନ ଓ ରାମକୃଷ୍ଣ ଠାକୁରଙ୍କୁ ମହାଭୋଇ ସେବକ ଲବଣୀଖିଆ ମଣ୍ଡପରେ ବିଜେ କରାନ୍ତି। ଏହିଠାରେ ଲବଣୀ ପନ୍ତି ପ୍ରଦାନ ପରେ ଏହି ମହାଭୋଇ ଘରର ବୋହୁମାନେ ଗୋଉଡ଼ୁଣୀ ବେଶରେ ବନ୍ଦାପନା ଓ ଆରତି କରନ୍ତି। ଏହାପରେ ଠାକୁରଙ୍କ କାଳୀୟ ଦଳନ ଲୀଳା ଅନୁଷ୍ଠିତ ହୁଏ।

ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ଚଳନ୍ତି ପ୍ରତିମା ରାମକୃଷ୍ଣ କୁଣ୍ଢେଇବେଣ୍ଟ ସାହି ଲବଣୀ ଖିଆ ମଠରେ ବିଜେ ହୁଅନ୍ତି। ଏଠାରେ ମଧ୍ଯ ସର ଲବଣୀ ଭୋଗ ସମାପନ ପରେ ମହାଭୋଇ ବଂଶର ସ୍ତ୍ରୀଲୋକମାନେ ପାରମ୍ପରିକ ବେଶରେ ଆସି ଠାକୁରଙ୍କ ବନ୍ଦାପନା କରିବା ସହ ଆରତି କରିଥାନ୍ତି। ତେଣୁ ଏହି ସେବା ଏକ ପ୍ରମୁଖ ସେବା ଅଟେ । ଯେଉଁଥିରେ କେବଳ ଶାଢ଼ୀ ବନ୍ଧା ସେବକଟିଏ ନୁହେଁ ତାର ପରିବାର ମଧ୍ଯ ସେବା କରିଥାନ୍ତି। ଆଗାମୀ ଅଧ୍ୟାୟରେ ଏମିତି କିଛି ସୁନ୍ଦର ସୁନ୍ଦର ସେବା ବିଷୟରେ ଆଲୋଚନା ଜାରି ରଖିବା ।ବର୍ତ୍ତମାନ କିନ୍ତୁ ସମୟ ଆରାଧନା ଓ ଭାଗବତ ପଠନର ସବୁଦିନ ପରି ।

ଦେଖ ମନ୍ୟୁଷ କଳେବର
କେବଳ ମୁକତିର ଦ୍ୱାର ।
ଏ ଦେହ ପାଇ ମହିତଳେ
ହେଳେ ତରନ୍ତି ଭବଜଳେ ।
ଦୁର୍ଲ୍ଲଭ ପାଇ ଏ ଶରୀର
କୁଟୁମ୍ବେ ଦୃଢ଼ମତି ଯାର ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.